BREAKING
Loading...
:

କାଦୁଆ ହଟିଆପଲ୍ଲୀ ବିଦ୍ୟାଳୟରେଅବସରକାଳୀନ ସମ୍ବର୍ଦ୍ଧନା ସଭା

 ଅବସରକାଳୀନ ସମ୍ବର୍ଦ୍ଧନା ସଭା 


ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଦୁଆ ହଟିଆପଲ୍ଲୀର ସହକାରୀ ଶିକ୍ଷକ ଭୋଳେଶ୍ବର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ଜୟଦେବ ମହାନ୍ତି,ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ବୀର ବିକ୍ରମ ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ପାଣିଗ୍ରାହୀ, ସମ୍ପାଦକ ଶୋଭନ କୁମାର ପଣ୍ଡା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ସିଆରସିସି ସୁଶାନ୍ତ କୁମାର ରଣା,  ଶିକ୍ଷାବିତ୍ ପୀତବାସ ସ୍ବାଇଁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଲୁ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।  ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପହାର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଏକାଧାରରେ ଜଣେ ସାହିତ୍ୟିକ,ଗାଳ୍ପିକ ତଥା ପରୋପକାରୀ ବ୍ୟକ୍ତି ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆରି କରି ବିଦ୍ୟାଳୟ ଗୁଡ଼ିକରେ ମାଗଣାରେ ବଣ୍ଟନ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ । ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ଅତିଥି ମାନେ ଗୁଣଗାନ କରିଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ବିଜୟନଗରକୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ବେହେରା,ବାମନ ଚରଣ ବାରିକି, ସୁନିଲ କୁମାର ସାହୁ, ବିଜୟ କୁମାର ମହାରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଛାତ୍ର ଛାତ୍ରୀ ତଥା ଅଭିଭାବକ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର,ଗଣିଆ

Post a Comment

أحدث أقدم
Header ADS