BREAKING
Loading...
:

ବାଲ୍ୟ ବିବାହ ବନ୍ଦ କଲା ପ୍ରଶାସନ




 ଅନୁଗୋଳ ବ୍ଲକ ମାଣିକଯୋଡି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚକ୍ରଗଡ ଗ୍ରାମରେ ବାଲ୍ୟବିବାହ ଆୟୋଜନ ହେଉଥିବାର ଖବର ପାଇ ସମନ୍ୱିତ ଶିଶୁ ବିକାଶ ସେବା ସୁପରଭାଇଜର ସୁକାନ୍ତି ସାହୁ ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ, ବିଶ୍ଵ ଯୁବ କେନ୍ଦ୍ର ର ଜିଲ୍ଲା ସଞ୍ଜୋଜିକା ପୂଜା ସ୍ବାଇଁ , ପ୍ରକଳ୍ପ ସହାୟିକା, ସୋନାଲିସା ଶବର ଓ ଲକ୍ଷ୍ମୀ ବେହେରା,ଅଙ୍ଗନୱାଡ଼ି କର୍ମୀ, ଆଶା,ସିଆରପି ଗ୍ରାମ ସଭାପତି ମାନଙ୍କ ମିଳିତ ଉଦ୍ୟମରେ ସେଠାରେ ପହଞ୍ଚି ବାଲ୍ୟ ବିବାହ କୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆ ଯାଇଥିଲା ଓ ପୁଅ ଏବଂ ଝିଅ ର ପରିବାର ଲୋକଙ୍କୁ  ବାଲ୍ୟବିବାହର କୁପରିଣାମ , ସ୍ୱାସ୍ଥ୍ୟ ଗତ ସମସ୍ୟା,ବାଲ୍ୟ ବିବାହ ନିଷେଧ ଆଇନ-୨୦୦୬ ବିଷୟରେ ଅବଗତ କରାଗଲା  ଏବଂ ଚୁକ୍ତିନାମା ସ୍ୱାକ୍ଷର କରlଗଲା l


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS