BREAKING
Loading...
:

ଜାତୀୟ ରାଜପଥ ୫୫ ରେ ତ୍ରୁଟିପୂର୍ଣ୍ଣ କ୍ୟାମେରା।ସଜାଗ ରୁହନ୍ତୁ ଗାଡ଼ିକୁ ଧରି ଚାଲି ଚାଲି ଯାଆନ୍ତୁ!

 ଜାତୀୟ ରାଜପଥ ୫୫ ରେ ତ୍ରୁଟିପୂର୍ଣ୍ଣ କ୍ୟାମେରା।ସଜାଗ ରୁହନ୍ତୁ ଗାଡ଼ିକୁ ଧରି ଚାଲି ଚାଲି ଯାଆନ୍ତୁ!

         



      ଜାତୀୟ ରାଜପଥ ୫୫ନମ୍ବର ଗୋବିନ୍ଦ ପୁର ପୋଲିସ ଆଉଟ୍ ପୋଷ୍ଟ ସାମ୍ନା ରେ ଲାଗିଥିବା କ୍ୟାମେରା ରେ ଫଟୋ ଉଠୁଛି ସତ କିନ୍ତୁ ସେଠି ଏମିତି କେଉଁ ଯନ୍ତ୍ର ଲାଗିଛି ଯାହା କି ଗାଡି ର ବେଗ କୁ ଦ୍ଵିଗୁଣିତ କରୁଛି ଏବଂ କଟୁଛି ଗାଡି ମାଲିକ ନାମ ରେ ହଜାର ହଜାର ଫାଇନ।ଜନତା ଙ୍କୁ ଲୁଟିବା ପାଇଁ ସରକାର ଏକ ଅଭିନବ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ।ସଡ଼କ ସୁରକ୍ଷା ଜୀବନ ରକ୍ଷା ର ଆହ୍ବାନ କୁ ସରକାର ଏମିତି କଡାକଡି ପାଳନ କରୁଛନ୍ତି ଯେ ଯାହାକି ସ୍ବାଧୀନତା ର ୭୯ ବର୍ଷ ମଧ୍ୟରେ କେଉଁ ଠାରେ ବି ଦେଖିବାକୁ ମିଳିବନି।

             ଜନୈକ ବ୍ୟକ୍ତି ଶ୍ରୀଯୁକ୍ତ ଅଖିଳ କୁମାର ସାହୁ,ଗ୍ରାମ ଗୋବିନ୍ଦପୁର,ଥାନା ସଦର ଙ୍କର ଅଙ୍ଗେନିଭା କଥା।ଥରେ ନୁହେଁ ଦୁଇ ଦୁଇ ଥର ଏହି ରାସ୍ତା ରେ ନିୟନ୍ତ୍ରିତ ବେଗ ରେ ନିଜସ୍ୱ ସ୍କୁଟି ରେ ଯାଉଥିବା ବେଳେ ସରକାର ଙ୍କ ତରଫରୁ ହୋଇଛି ବିନା ଦୋଷରେ ଆର୍ଥିକ ଦଣ୍ଡାଦେଶ।

               ଘଟଣା କ୍ରମେ ଶ୍ରୀଯୁକ୍ତ ସାହୁ ପ୍ରତୈକ ଦିନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଗତ ତା ୨୭/୦୪/୨୦୨୬ରିଖ ପୂର୍ବାହ୍ନ ୯:୧୫ମିନିଟ ସମୟରେ ଢେଙ୍କାନାଳ ରୁ ଗୋବିନ୍ଦ ପୁର ଅଭିମୁଖେ ନିଜସ୍ୱ ସ୍କୁଟୀରେ ଯାଉଥିବା ବେଳେ ଗୋବିନ୍ଦପୁର ଫାଣ୍ଡି ସାମ୍ନାରେ ସ୍ଥାପିତ କ୍ୟାମେରା ରେ ସ୍କୁଟିର ଫଟୋ ଉଠିବା ସହିତ ତ୍ରୁଟିପୂର୍ଣ୍ଣ ବେଗ ମାପକ ଯନ୍ତ୍ର ରେ ଯାନର ବେଗ ଘଣ୍ଟା ପ୍ରତି ୯୭କିମି ଦର୍ଶାଯାଇ ତାଙ୍କ ନାମ ରେ ୨୦୦୦ଟଙ୍କାର ଚାଲାଣ କଟିଵା ନେଇ ମୋବାଇଲ କୁ ମେସେଜ୍ ଆସିଥିଲା।ଯେତେବେଳେ କି ଗାଡ଼ିର ବେଗ ଘଣ୍ଟା ପ୍ରତି ଆନୁମାନିକ ଘଣ୍ଟା ପ୍ରତି ୪୫ କିମି ଥିଲା ବୋଲି ଯାହା ଶ୍ରୀଯୁକ୍ତ ସାହୁ କୁହନ୍ତି।

              ତେବେ ପୁନଃ ଗତ ୦୭/୦୫/୨୦୨୬ରିଖ ପୂର୍ବାହ୍ନ ୧୦:୪୦ମିନିଟ୍ ସମୟ ରେ ଅନୁରୁପ ଭାବେ ସେହି ରାସ୍ତା ଦେଇ ଯାଉଥିବା ବେଳେ ନିଜସ୍ବ ଯାନ ସ୍କୁଟୀ ର ବେଗ ଘଣ୍ଟା ପ୍ରତି ୩୮କିମି ଥିଲା କିନ୍ତୁ ଘଣ୍ଟା ପ୍ରତି ୬୮କିମି ଦର୍ଶାଇ ପୁନର୍ବାର ଚାଲାଣ କଟିଵା ନେଇ ସରକାର ଙ୍କର ଏଭଳି ଅପରିଣାମଦର୍ଶୀ ଶୋଷଣ ନୀତି ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି।

              ତେବେ ଏଭଳି ଅନିୟମିତତା ନେଇ ଗତ କାଲି ୦୯/୦୫/୨୦୨୬ରେ ଢେଙ୍କାନାଳ ଆଞ୍ଚଳିକ ପରିବହନ ସେବା(R.T.O) କାର୍ଯ୍ୟାଳୟରେ ମୌଖିକ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା ଓ ସେମାନେ ଏଥିପାଇଁ ଦାୟୀ ନୁହନ୍ତି ବୋଲି କର୍ତୁପକ୍ଷ ଯାହା କୁହନ୍ତି।ଏସବୁ କଟକ ମୁଖ୍ୟ ଆର୍ଟିଓ କାର୍ଯ୍ୟାଳୟ ଅଧୀନ ରେ ଥିବା ବେଳେ ଏହି ରାସ୍ତା ଦେଇ ଯାଉ ଥିବା ଯାନ ବାହାନ ର ଚାଳକ ମାନେ ଅକାରଣ ରେ ଚାଲାଣ ଭରିବା ଭଳି ପରିସ୍ଥିତି ଉପୁଜିଛି।ତ୍ରୁଟିପୂର୍ଣ୍ଣ ବେଗ ନିରୁପଣ ଯନ୍ତ୍ର ପାଇଁ କେବଳ ଶ୍ରୀ ସାହୁ କାହିଁକି ତାଙ୍କ ଭଳି ଅନେକ ଗାଡି ଚାଳକ ସରକାରଙ୍କ ଦ୍ଵାରା ଶୋଷଣ ଶୀକାର ହେଉଛନ୍ତି।

            ତେବେ ଏହି ରାସ୍ତା ରେ ଯେଉଁ ମାନେ ଏଭଳି ପରିସ୍ଥିତି ର ସମ୍ମୁଖୀନ ହୋଇ ସାରିଛନ୍ତି ସେମାନେ ଆଉ ଗାଡି ରେ ବସି ଯିବେ କଣ ଗାଡିକୁ ଧରି ଚାଲି ଚାଲି ଯିବା ପାଇଁ ଉଚିତ୍ ମନେ କଲେଣି।ରାଜ୍ୟ ସରକାର ଙ୍କର ପରିବହନ ବିଭାଗର ଏଥିପ୍ରତି ନିଘା ନଥିବା ବେଳେ ଜନତାଙ୍କୁ ଶୋଷଣ କରିବାର ସରକାର ଙ୍କର ଏହା ଏକ ଅଭିନବ ଉପାୟ ବୋଲି ଯାହା ଗାଡି ଚାଳକ ମାନେ କୁହନ୍ତି।ଏଥିପ୍ରତି ସରକାର ଦୃଷ୍ଟି ଦେବା ସହିତ ସଡକ ପରିବହନ ବିଭାଗ ଯଥା ଶୀଘ୍ର ତ୍ରୁଟି ପୂର୍ଣ୍ଣ ବେଗ ନିୟନ୍ତ୍ରଣ ଯନ୍ତ୍ରକୁ ସଜାଡ଼ିବା ହେଉ ଅବା ନୂତନ ଯନ୍ତ୍ର ସ୍ଥାପନ କରିବାର ସୁବିଧା କଲେ ଅନେକ ଗାଡି ଚାଳକ ଚାଲାଣ ମୁକ୍ତ ହେବା ସହିତ ଅକାରଣ ରେ ମିଳୁଥିବା ମାନସିକ ତଥା ଆର୍ଥିକ କଷ୍ଟରୁ ମୁକ୍ତି ପାଇ ପାରନ୍ତେ ବୋଲି ଆଶା କରି ପାରିବା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS