ବ୍ରିଜ୍ ଅଛି କିନ୍ତୁ ରାସ୍ତା ଖୋଜୁଛି ମରାମତି
(ବୋଡ଼େନ) - ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କୁଲେକେଳା ଠାରୁ ଲିଟିସର୍ଗି ପର୍ଯ୍ୟନ୍ତ ତିଆରି ହୋଇଥିବା ରାସ୍ତା ବର୍ତମାନ ମରାମତି ଖୋଜୁଛି । ଏହି ରାସ୍ତାରେ ସମସ୍ତେ ନିର୍ଭର କରନ୍ତି ବୋଲି ଦହାନାପାଲି ପାଖ ନାଲାରେ ବ୍ରିଜ ତିଆରି କଲେ ସରକାର । ପ୍ରତି ଦିନ ଏହି ରାସ୍ତା ଉପରେ ଅନେକ କଲେଜ ଛାତ୍ର ଛାତ୍ରୀ,ହାଇ ସ୍କୁଲ ଛାତ୍ରଛାତ୍ରୀ, ବେପାରୀ, କର୍ମଚାରୀ, ଯାତ୍ରୀ,ରୋଗୀ, ସାଧାରଣ ଲୋକ ନିର୍ଭର କରନ୍ତି ପୁଣି ଏହି ରାସ୍ତା ଲିଟି ସର୍ଗୀ ପାଖରେ ବିଜୁ ଏକ୍ସପ୍ରେସ ୱେ ରେ ସଂଯୋଗ ହୋଇ ଥିବାରୁ ଲୋକ କମ୍ ସମୟରେ ଓ ସହଳରେ ପହଞ୍ଚି ପାରୁଛି ।ବର୍ତମାନ ରାସ୍ତାରେ ପିଚୁ ଓ ମେଟାଲ ବାହାରି ରାସ୍ତା ଖରାପ ହୋଇଛି ଠିକ୍ ସେହି ଭଳି ସିନାପାଲି ସହର ଉପରେ ମଧ୍ୟ ଏହି ଅଞ୍ଚଳର ଲୋକ ନିର୍ଭର କରନ୍ତି ହେଲେ ମହୁଲ ପଢା ଠାରୁ ସାଗୁନ ରାଡ଼ି ରାସ୍ତାର ମଧ୍ୟ ମଧ୍ୟ ଏହି ଅବସ୍ଥା ।ତେଣୁ ସରକାର ଏହି ରାସ୍ତା ଦ୍ଵୟର ମରାମତି କରି ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳର ଅନେକ ଗ୍ରାମର ଲୋକ ଦାବି କରୁଛନ୍ତି ।ଜିଲ୍ଲା ପ୍ରଶାସନ ଏଥୁ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment