BREAKING
Loading...
:

ଲକ୍ଷ୍ମୀ ବସ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି, ୪ଥର ଅଭିଯୋଗ ପରେ ମଧ୍ୟ ହେଉନି ସମାଧାନ, ୭ଦିନ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

 ଲକ୍ଷ୍ମୀ ବସ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି, ୪ଥର ଅଭିଯୋଗ ପରେ ମଧ୍ୟ ହେଉନି ସମାଧାନ, ୭ଦିନ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ 



ବୌଦ୍ଧ ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ପଞ୍ଚାୟତ ସଦର ମହକୁମାକୁ ଲଷ୍ମୀ ବସ ଚଳାଚଳ କରିବାକୁ ନେଇ ପଞ୍ଚାୟତ ସରପଞ୍ଚ ଙ୍କ ସମେତ ପଞ୍ଚାୟତବାସୀ  କଣ୍ଟାମାଳରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି | ସୂଚନା ଅନୁସାରେ ସରକାର ପ୍ରତ୍ୟେକ ପଞ୍ଚାୟତ ସଦର ମହକୁମାରୁ ବ୍ଲକ ମୁଖ୍ୟାଳୟକୁ ଜନସାଧାରଣ ସିଧା ସଳଖ ଯିବା ଆସିବା ଉଦ୍ୟେଶରେ ଲଷ୍ମୀ ବସ ଚଳାଚଳ ଆରମ୍ଭ କରିଥିଲେ | ହେଲେ ଆଜି ପର୍ଯ୍ୟନ୍ତ ଶୁଣ୍ଢି ପଦର ପଂଚାୟତର କୌଣସି ଗ୍ରାମକୁ ଲକ୍ଷ୍ମୀ  ବସ ଯାତାୟାତ କରୁ ନାହିଁ | ଉକ୍ତ ଅଂଚଳକୁ କୌଣସି ବସ ଚଳାଚଳ କରୁ ନ ଥିବା ଫଳରେ ପଂଚାୟତବାସୀ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବସରେ ଯିବାକୁ ହେଲେ ୪ରୁ ୫ କିଲୋମିଟର ପାଦରେ ଚାଲି ଯିବାକୁ ପଡେ | ସରକାର ଲୋକଙ୍କ ସୁବିଧା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ହେଁ ଶୁଣ୍ଢିପଦର ପଂଚାୟତବାସୀ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି | ଏପରିକି କଲେଜ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଥାନ୍ତି | ଏପରିକି ଗତ ବର୍ଷଠାରୁ ଆରମ୍ଭ କରି ୪ଥର କଣ୍ଟାମାଳ ଠାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଗ୍ରାମବାସୀ  ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି | ଆଗାମୀ ୭ ଦିନ ମଧ୍ୟରେ ଶୁଣ୍ଢି ପଦର ପଞ୍ଚାୟତକୁ ଲକ୍ଷ୍ମୀ ବସ ଚଳାଚଳ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ହାଇବେ ଓ ପ୍ରଶାସନ ଏଥିପାଇଁ ଦାୟୀ ରହିବ ବୋଲି କଡା ଚେତାବନି ଦେଇଛନ୍ତି |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS