BREAKING
Loading...
:

ବେଲଗୁଣ୍ଠାରେ କାଳବୈଶାଖୀର ତାଣ୍ଡବ: ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଲା, ବିଦ୍ୟୁତ୍ ଯୋଗାଯୋଗ ବିଛିନ୍ନ




 ବେଲଗୁଣ୍ଠାରେ କାଳବୈଶାଖୀର ତାଣ୍ଡବ: ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଲା, ବିଦ୍ୟୁତ୍ ଯୋଗାଯୋଗ ବିଛିନ୍ନ

ବେଲଗୁଣ୍ଠା:- ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ  ଅପରାହ୍ନରେ କାଳବୈଶାଖୀର ରୂପ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ବହିଥିବା ପବନ ଓ ଘଡ଼ଘଡ଼ି ସହ ବର୍ଷା ଯୋଗୁଁ ବହୁ ସ୍ଥାନରେ କ୍ଷୟକ୍ଷତି ଘଟିଛି। ବିଶେଷ କରି ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।ସୂଚନା ଅନୁସାରେ, ମଧ୍ୟାହ୍ନ ପରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ଏଥିସହ ବହୁ ସଂଖ୍ୟାରେ ଲାଇଟ୍ ପୋଲ୍ ଧରାଶାୟୀ ହୋଇଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଛି। କୋଳୀ ସାହିର ରଜନୀ ମହାପାତ୍ରଙ୍କ ଘର ଉପରେ ଥିବା ସୋଲାର ପ୍ୟାନେଲଟି ମଧ୍ୟ ପବନ ମାଡ଼ରେ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିବା ଜଣାପଡ଼ିଛି।ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ  ରାସ୍ତା ସଫା କରାଯାଉଛି। ଅକାଳରେ ଏହି କାଳବୈଶାଖୀର ତାଣ୍ଡବ ଯୋଗୁଁ ଅଞ୍ଚଳବାସୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS