ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ବଡ଼ମ୍ବା ଥାନା କୁସାପାଳ ଗାଁର ନରେଶ ନାୟକଙ୍କର ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ନରେଇଜାନୀ ନିକଟରେ ଥିବା ଏକ ଫାର୍ମ ହାଉସ ରେ ଗତକାଲି ରାତ୍ରିରେ ହାତୀ ପଶିଥିଲା।ହାତୀ ଘଉଡାଇବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ନରେଶ। ବନ ବିଭାଗର ନାଇଟ ପ୍ରାଟୋଲିଂ ରେ ଅବହେଳା ଯୋଗୁଁ ଧନଜୀବନ କ୍ଷୟକ୍ଷତୀ ହେଉଥିବା ଅଭିଯୋଗ ହୋଇଛି।
ସେପଟେ ଗାଁ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ମୃତକଙ୍କ ପରିବାର ବଡମ୍ବା ଥାନା ଓ ବଡମ୍ବା ବନ ବିଭାଗ କାର୍ୟ୍ୟାଳୟରେ ପହଂଚି ଅଭିଯୋଗ କରିଛନ୍ତି।
ଅଭିଯୋଗ ଆଧାରରେ ଉଭୟ ପୋଲିସ ଓ ବନ କର୍ମଚାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ସ୍ଥାନୀୟ ବିଧାୟକ ବିଜୟ କୁମାର ବେହେରା କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment