BREAKING
Loading...
:

ଡ଼ାକ୍ତରଖାନା ରେ ଅଂଶୁଘାତ ରୋଗୀ ଙ୍କୁ ଫମ୍ପା ମାଠିଆ,ମିଳୁନି ଖାଦ୍ୟ,୨୦୨୭ ରେ ଲୋକେ ପିଇବା ପାଣି ପାଇବେ ।

 ଡ଼ାକ୍ତରଖାନା ରେ ଅଂଶୁଘାତ ରୋଗୀ ଙ୍କୁ ଫମ୍ପା ମାଠିଆ,ମିଳୁନି ଖାଦ୍ୟ,୨୦୨୭ ରେ ଲୋକେ ପିଇବା ପାଣି ପାଇବେ ।






ବଲାଙ୍ଗୀର/ଟିଟିଲାଗଡ, ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ପ୍ରତିଶ୍ରୁତି ଦେଇ ଥିବା ସମୟ ସୀମା ଧାର୍ଯ୍ୟ କରିବା ସତ୍ତ୍ୱେ ଲୋକ ଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଟିଟିଲାଗଡ ଉପ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ତେବେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ବଡ ବଡ ଓଭର ହେଡ ଟ୍ୟାଙ୍କର ପୂର୍ବ ସରକାର କରିଥିବା ଓ ବର୍ତ୍ତମାନ ଏହା କାର୍ଯ୍ୟକାରୀ ନ ହେବା ନେଇ ଡବଲ ଇଞ୍ଜିନ ସରକାର ଫେଲ ବୋଲି କୁହାଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଅଂଶୁଘାତ ଜନିତ ଆକ୍ରାନ୍ତ ଙ୍କୁ ଉପଯୁକ୍ତ ଚିକିତ୍ସା ସହ ଖାଦ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଡାକ୍ତର ଖାନା ପରିସର ରେ ଟ୍ୟାଙ୍କର ପାଣି ବ୍ୟବହାର କରାଯାଉଛି । ଡ଼ାକ୍ତରଖାନା ରେ ଫମ୍ପା ମାଠିଆ ପଡ଼ିଥିବା ବେଳେ ଲୋକେ ବାଧ୍ୟ ହୋଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛନ୍ତି । ଜିଲ୍ଲା

ବିଭାଗୀୟ ମୁଖ୍ୟ ଅଧିକାରୀ ଫୋନ୍ ଯୋଗେ ୨୦୨୭ ପୂର୍ବରୁ ଉକ୍ତ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ସ୍ପଷ୍ଟି କରଣ ଦେଇଛନ୍ତି । ସାମାନ୍ୟ ପାଇପ ଲାଇନ୍ ଓ ବିଦ୍ୟୁତ ସଂଯୋଗ ଆଳରେ ବାହାନା କରିବା ଆବଶ୍ୟକ ସ୍ଥଳେ ଜେନେରେଟର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଥାଇ କାର୍ଯ୍ୟକାରୀ କରା ଯାଉନି ।

ଗ୍ରୀଷ୍ମ ଋତୁ କିଭଳି ଚାଲି ଯାଉ କହି ନିଜେ ମାସିକ ମୋଟା ଅଙ୍କର ଦରମା ପାଉଥିବା ଓ ଶୀତ ତାପ ନିୟନ୍ତ୍ରିତ କୋଠରୀ ରେ ବସି ନିଜ ଦାୟିତ୍ଵ ରେ ସମ୍ପୂର୍ଣ ଅବହେଳା କରାଯାଉଥିବା ବେଳେ ତୁରନ୍ତ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS