BREAKING
Loading...
:

ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ

 



ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ  ହୋଇପଡିଛି। କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। 

ରାସ୍ଥା କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ, ଉତ୍ଯକ୍ତ ହୋଇ ପଥର ମାଡ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରହରି ସାହୂ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ 30ରୁ ଉର୍ଧ କନେଷ୍ଟବଳ ଆହାତ ହୋଇଛନ୍ତି। ସେଥିମଧ୍ଯରୁ 7ଜଣ  ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି।ଅନ୍ଯଆହାତ ପୁଲିସ କର୍ମଚାରୀ ମାନେ କାଶୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ରାୟଗଡା ଜିଲାପାଳ ଆଶୁତୋଷ କୁଲକାର୍ଣ୍ଣି, Sp ସ୍ଵାତି S କୁମାର ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି. ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ 144ଧାରା ଜାରି କରାଯାଇଛି। କାଶୀପୁର ବ୍ଲକର ସିଜିମାଳି ଖଣିଖନନ ପାଇଁ ସରକାର ଅନୁମତି ଦେଇଥିବା ବେଳେ, ବେଦାନ୍ତ ଆଲୁମିନା କମ୍ପାନୀ ଶାଗୁବାରୀ ରୁ ସିଜିମାଳି ଅଞ୍ଚଳ ଯିବା ପାଇଁ ରାସ୍ତା ନିର୍ମାଣ କାମ ଆରମ୍ଭ କରୁଥିଲା। ତେବେ ନିର୍ମାଣ କାର୍ଯ୍ଯକୁ ଲୋକେ ଆରମ୍ଭରୁ ହିଁ ବିରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS