BREAKING
Loading...
:

ଶେଷରେ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ...

 ଶେଷରେ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ...



ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ ଦେଇଥିବାରୁ ବାଧ୍ୟ ହୋଇ କ୍ଷମା ମାଗିଛନ୍ତି। ସାରା ଦେଶରେ ପ୍ରବଳ ବିରୋଧ ପରେ ସେ କ୍ଷମା ମାଗିଛନ୍ତି। ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି, ମୋର ମତକୁ କଦର୍ଥ କରାଯାଇଥିଲା। ବିଜୁ ବାବୁ ସବୁବେଳେ ସମ୍ମାନସ୍ପଦ ଷ୍ଟେଟସ୍ ମ୍ୟାନ ଅଟନ୍ତି ଓ ଷ୍ଟେଟସମ୍ୟାନ ହୋଇ ରହିବେ। ମୋ ମତ ଯଦି ଆଘାତ ଦେଇଛି, ମୁଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି ବୋଲି କହିଛନ୍ତି ନିଶିକାନ୍ତ ଦୁବେ। ୧୯୬୨ ମସିହାରେ ଚୀନ ଯୁଦ୍ଧ ବେଳେ ବିଜୁ ବାବୁ ସିଆଇଏ ଏଜେଣ୍ଟ ସାଜିଥିଲେ ବୋଲି ଅରୁଚିକର ମନ୍ତବ୍ୟ ଦେଇଥିଲେ ନିଶିକାନ୍ତ। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଓଡ଼ିଶା ସମେତ ଦେଶରେ, ଏପରିକି ପାର୍ଲାମେଣ୍ଟରେ କଥା ଉଠିଥିଲା। ଶେଷରେ ବାଧ୍ୟ ହୋଇ କ୍ଷମା ମାଗିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS