BREAKING
Loading...
:

ବାଙ୍କୀର ଜଣାଶୁଣା ଯୁବ ସମାଜସେବୀ ଅଜୟ ପାଣି ଏକ ଭିନ୍ନ ଅନ୍ଦାଜରେ ଚାଷୀଙ୍କ ସହ ମିଶି ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିଛନ୍ତି

 









ଆଜି ପବିତ୍ର ଅକ୍ଷୟ ତୃତୀୟା। କୃଷି ଓ କୃଷକର ସୌଭାଗ୍ୟର ପର୍ବ। ଏହି ଅବସରରେ ବାଙ୍କୀର ଜଣାଶୁଣା ଯୁବ ସମାଜସେବୀ ଅଜୟ ପାଣି ଏକ ଭିନ୍ନ ଅନ୍ଦାଜରେ ଚାଷୀଙ୍କ ସହ ମିଶି ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିଛନ୍ତି। ନିଜେ ଟ୍ରାକ୍ଟର ଚଲାଇ ଜମି କର୍ଷଣ କରିବା ସହ ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଅଭିନବ ପ୍ରୟାସ କରିଛନ୍ତି ।


ପରମ୍ପରା ଅନୁସାରେ ଚନ୍ଦନ ଯାତ୍ରା ଓ ମହାପ୍ରଭୁଙ୍କ ରଥ ନିର୍ମାଣର ଅନୁକୂଳ ଦିନରେ, ବାଙ୍କୀ ମାଟିରେ ସୁନାର ଫସଲ ଫଳାଇବା ପାଇଁ ସଙ୍କଳ୍ପ ନେଇଛନ୍ତି ସ୍ଥାନୀୟ ଚାଷୀ ଓ ଯୁବ ନେତୃତ୍ୱ।  ସମାଜସେବୀ ଅଜୟ କେବଳ ପୂଜାର୍ଚ୍ଚନା କରିନାହାନ୍ତି, ବରଂ ନିଜେ ଟ୍ରାକ୍ଟରର ଷ୍ଟିୟରିଂ ଧରି ଚାଷୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଛନ୍ତି।


ଆମ ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି ଚାଷୀ। ଆଜିର ଦିନରେ ଆମେ କେବଳ ପରମ୍ପରାକୁ ବଞ୍ଚାଇବା ତାହା ନୁହେଁ, ବରଂ ଚାଷୀମାନେ କିପରି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଅଧିକ ଲାଭବାନ ହୋଇପାରିବେ, ସେଥିପାଇଁ ସଚେତନ ହେବା ଜରୁରୀ ବୋଲି ସେ କହିଥିଲେ ।




ଏହି ଅକ୍ଷିମୁଠି ଅନୁକୂଳ ସମୟରେ  ଅଜୟ ଚାଷୀମାନଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ଏବଂ ଚାଷର ବିକାଶ ନେଇ ଗଭୀର ଆଲୋଚନା କରିଥିଲେ।


କିପରି କମ୍ ସମୟ ଓ କମ୍ ଖର୍ଚ୍ଚରେ ଟ୍ରାକ୍ଟର ଓ ଅନ୍ୟାନ୍ୟ ମେସିନ ମାଧ୍ୟମରେ ଚାଷ କରାଯାଇପାରିବ ଏବଂ  ଚାଷକୁ କେବଳ ବଞ୍ଚିବାର ମାଧ୍ୟମ ନୁହେଁ, ବରଂ ଏକ ଲାଭଜନକ ବ୍ୟବସାୟରେ ପରିଣତ କରାଯାଇପାରିବ ସେ ନେଇ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।



ସେପଟେ ଯୁବ ସମାଜସେବୀ ଅଜୟ ପାଣିଙ୍କ ଏଭଳି ନିଆରା ପ୍ରୟାସକୁ ବାଙ୍କୀ ଅଞ୍ଚଳର ଚାଷୀକୁଳ ବେଶ୍ ପ୍ରଶଂସା କରିଛନ୍ତି। ଶ୍ରୀ ପାଣିଙ୍କ ଏହି ପଦକ୍ଷେପ ଯୁବପିଢ଼ିଙ୍କୁ କୃଷି ପ୍ରତି ଆକୃଷ୍ଟ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା କରାଯାଉଛି ।


 କଟକ ଜିଲ୍ଲା ବାଙ୍କୀରୁ ସ୍ୱତନ୍ତ୍ର ପ୍ରତିନିଧି ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ..

Post a Comment

Previous Post Next Post
Header ADS