BREAKING
Loading...
:

ଜାତୀୟ ରାଜପଥ କଡ଼ରେ ଭୟାବହ ବିସ୍ଫୋରଣ: ପୂର୍ବରୁ ଡିଜି ପୋଲିସଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନର ଚୁପ୍ ରହିବା ସାଜିଲା କାଳ*

 *ଜାତୀୟ ରାଜପଥ କଡ଼ରେ ଭୟାବହ ବିସ୍ଫୋରଣ: ପୂର୍ବରୁ ଡିଜି ପୋଲିସଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନର ଚୁପ୍ ରହିବା ସାଜିଲା କାଳ*



​ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ (NH-16) କଡ଼ରେ ଥିବା ସବରଦେଇ ପେଟା ଗ୍ରାମ 'ଜଗନ ଇଭେଣ୍ଟ ମ୍ୟାନେଜମେଣ୍ଟ' ଦୋକାନ ନିକଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି।  ଚାଲିଥିବା ବେଆଇନ ବାଣ ଭିଡ଼ା ବା ବିସ୍ଫୋରକ  ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିବାରୁ ଚାରିଆଡ଼େ ଆତଙ୍କ ଖେଳିଯାଇଛି।


​ସୂଚନା ପାଇ ମଧ୍ୟ ସଜାଗ ହେଲାନି ପୋଲିସ:


​ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ବିଷୟ ହେଉଛି, ବ୍ରାହ୍ମଣ ନୂଆଗାଁ ପଞ୍ଚାୟତର ଏହି ସବରଦେଇ ପେଟା ଗ୍ରାମରେ ଦୀର୍ଘ ଦିନ ଧରି ବେଆଇନ ଭାବେ ବାଣ ତିଆରି ଓ ମହଜୁଦ ରଖାଯିବା ନେଇ *ଓଡ଼ିଶା ଡିଜି ପୋଲିସଙ୍କୁ (DG Police)* ଲିଖିତ ଭାବେ ପୂର୍ବରୁ ଅବଗତ କରାଯାଇଥିଲା। ଜନବସତି ଓ ଜାତୀୟ ରାଜପଥ ପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ବିନା ଅନୁମତିରେ ବିସ୍ଫୋରକ କାରବାର ଚାଲିବା ନେଇ ପ୍ରଶାସନକୁ ସତର୍କ କରାଯାଇଥିଲା। କିନ୍ତୁ ବିଭାଗୀୟ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ  ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି।


*​ବିସ୍ଫୋରଣର ପ୍ରଭାବ:*


​ସୂଚନା ଅନୁଯାୟୀ,  ହଠାତ୍ ଏହି ବେଆଇନ ବାଣ ଭିଡା ଯାଉଥିବା ଯାଗାରେ ଏକ ପ୍ରଚଣ୍ଡ ଶବ୍ଦ ସହ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭାଯାଇଥିଲା। ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇଥିବା ଖବର ରହିଛି।  ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ଖବର ମିଳିନଥିଲେ ହେଁ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।


​କାହା ସ୍ୱାର୍ଥରେ ଚୁପ୍ ରହିଥିଲା ପ୍ରଶାସନ?


​ଡିଜି ପୋଲିସଙ୍କ ପାଖରେ ଅଭିଯୋଗ ପହଞ୍ଚିବା ପରେ ମଧ୍ୟ କାହିଁକି ଏହି ବେଆଇନ କାରବାର ବନ୍ଦ କରାଗଲା ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନର ଏହି "ଚୁପ୍ ରହିବାର ପରିଣତି" ଯୋଗୁଁ ଆଜି ସାଧାରଣ ଜନତାଙ୍କ ଜୀବନ ବିପଦରେ ପଡ଼ିଛି। ଯଦି ସମୟ ପୂର୍ବରୁ ଅଭିଯୋଗ ଉପରେ ଚଢ଼ାଉ କରାଯାଇଥାନ୍ତା, ତେବେ ହୁଏତ  ଏହି ସ୍ଥିତି ଉପୁଜି ନଥାନ୍ତା।


​ଏହି ଘଟଣାରେ ପ୍ରକୃତ ଦୋଷୀ କିଏ ଏବଂ କେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏହି ବିସ୍ଫୋରଣ ଘଟିଲା, ତାହାର ନିରପେକ୍ଷ ତଦନ୍ତ କରି କଠୋର ଦଣ୍ଡ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS