ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନଷ୍ଠିତ l
ନୂଆପଡା,
ନୂଆପଡା ଜିଲ୍ଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) ର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସାଗର ଡିସିପିୟୁ ଦ୍ୱାରା ଶିଶୁମାନଙ୍କ ସୁରକ୍ଷା, ଉଦ୍ଧାର, ପୁନର୍ବାସ ଓ ଆଇନଗତ ସହାୟତା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ସମୀକ୍ଷାରୁ ଜଣାପଡିଲା ଯେ, ଫେରନ୍ତା ପ୍ରବାସୀ ଶ୍ରମିକ ପରିବାରକୁ ଚିହ୍ନଟ କରାଯାଇ ୧୧ ଜଣ ଏକକ ମାଆଙ୍କୁ ଜୀବିକା ସହାୟତା ବାବଦରେ ୪ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଜିଲ୍ଲାରେ ଅନାଥ ଶିଶୁ ସର୍ଭେ କରାଯାଇ ପାଞ୍ଚ ଜଣ କନ୍ୟାଶିଶୁଙ୍କୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଭର୍ତ୍ତି କରାଯାଇଛି।ବର୍ତମାନ, ଜିଲ୍ଲାରେ ୪୦୪ ଜଣ ଅନାଥ ଶିଶୁ ଓ ୬୮୩୫ ଜଣ ଏକକ ବାପା/ମାଆ ଅଛନ୍ତି। ସମସ୍ତଙ୍କୁ ଶିଶୁ ସୁରକ୍ଷା କମିଟି (ସିବ୍ଲୁସି) ସମ୍ମୁଖରେ ଉପସ୍ଥାପନ କରି ତାଙ୍କର ସମସ୍ୟା ଶୁଣାଯିବ। ଏହାସହ ଜିଲ୍ଲାରେ ଦୁଇଟି ଶିଶୁଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ l ବୈଠକରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଶିଶୁ ଯତ୍ନ ଗୃହ (କ୍ରେଚ୍) ସ୍ଥାପନ, ଏକକ ଅଭିଭାବକ ଓ ବିଧବା ମାନଙ୍କ ଡାଟାବେସ୍ ସୃଷ୍ଟି ଓ ସେମାନଙ୍କୁ ଜୀବନ ଜୀବିକା ସହାୟତା ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ଜିଲ୍ଲା ଶ୍ରମ ଅଧିକାରୀ ଜାସ୍ମିନ ସାହୁ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଫଣିନ୍ଦମ ଦେଓ, ସଦସ୍ୟ ଶ୍ରୀମତୀ ବବିତା ମିଶ୍ର, ସ୍ପେସିଆଲାଇଜ୍ଡ ଆଡପ୍ସନ ଏଜେନ୍ସିର ଅଧିକାରୀ, ଚାଇଲ୍ଡଲାଇନ ସଦସ୍ୟ, ପ୍ରୋଜେକ୍ଟ କୋଓର୍ଡିନେଟର ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق