*୮ କ୍ୱିଣ୍ଟାଲ ୭୦ କିଲୋ ଗଞ୍ଜେଇ ସମେତ ଏକ କଣ୍ଟେନର ଗାଡି ଜବତ, ୨ ଗିରଫ*
ଗାଡିର ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ରଖି ନିଆଯାଉଥିଲା ଗଞ୍ଜେଇ
ରାଜସ୍ଥାନ ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ
ବାଲିମେଳା , ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ କଣ୍ଟେନର ଗାଡି ଗାଡି ନମ୍ବର-ଆର- ଜେ ୧-୪ଜିଆର-୮୩୬୮ରେ ଏକ ସ୍ୱତନ୍ତ୍ର ଡ଼ିକି ବନାଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣକାରୀ ଓର୍କେଲ ଥାନା ଅଧିନସ୍ତ ନୁଆଗୁଡା ଗ୍ରାମ ନିକଟ ଅଞ୍ଚଳରୁ ରାଜସ୍ତାନ ରାଜ୍ୟକୁ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାତରେ ଧରା ପଡିଛନ୍ତି। ଏ ନେଇ ଓର୍କେଲ ପୋଲିସ ପକ୍ଷରୁ ସକାଳେ ଓର୍କେଲ ଥାନାରେ ପୋଲିସ ପକ୍ଷରୁ ଗଞ୍ଜେଇ ନେଉଥିବା କଣ୍ଟେନର ଗାଡି ସହ ସେଥିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଗାଡି ଡ୍ରାଇଭର ଏବଂ ହେଲ୍ପରଙ୍କୁ ଗିରଫ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ଓର୍କେଲ ଥାନାରେ କେସ ନମ୍ବର-୬୬/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ ରାଜସ୍ତାନ ରାଜ୍ୟର ଚୁରୁ ଜିଲ୍ଲରେ ରହୁଥବା ମନୋଜ କୁମାର, ଏବଂ ଅନ୍ୟ ଜଣେ ଉକ୍ତ ରାଜ୍ୟର ସିକର ଜିଲ୍ଲାରେ ରହୁଥିବା ହେମରାଜ ବୋଲି ଜଣା ପଡିଛି।ତେବେ ଏନେଇ ପୋଲିସ
ପକ୍ଷରୁ ମିଳିଥିବା ସୂଚନା ମୁତାବକ ରବିବାର ସକାଳେ ଏକ କଣ୍ଟେନର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ହର ପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ନୁଆଗୁଡା ଗ୍ରାମ ନିକଟରେ ସକାଳ ୧୦ ଟା ସମୟରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ପଟୁ ନୂଆଗୁଡା ଗ୍ରାମ ରାସ୍ତା ଦେଇ ବାଲିମେଳା ଛକ ଅଭିମୁଖେ ଆସୁଥିବା ଏକ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କଣ୍ଟେନର ଗାଡି ଭିତରେ ତିଆରି କରାଯାଇଥିବା ଏକ ସ୍ୱତନ୍ତ୍ର ଡ଼ିକି ଭିତରେ ପ୍ରାୟ ୨୯ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉକ୍ତ ଗାଡି ସମେତ ଗଞ୍ଜେଇକୁ ଜବତ କରିବା ସହିତ ଗାଡି ଚାଳକ ଏବଂ ହେଲ୍ପରକୁ ଗିରଫ କରି ଥାନାକୁ ଆଣିଥିଲେ। ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରା ଥାନାରେ ପହଁଞ୍ଚିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରାଯିବା ପରେ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇ ମୋଟ ୮ କ୍ୱିଣ୍ଟାଲ ୭୦ କିଲୋ ଥିବା ଜଣା ପଡିଛି। ଏହି ଘଟଣାର ତଦନ୍ତ ଏସ ଆଇ ଅଜିତ ସିଂ ବରିହା ଜାରୀ ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଥାଉକି ଏହି କଣ୍ଟେନର ଗାଡି କିଛି ସାମଗ୍ରୀ ଆଣି ଆନ୍ଦ୍ରପ୍ରଦେଶ ରାଜ୍ୟର ଟୁନି ଅଞ୍ଚଳରେ ଅନଲୋଡ଼ କରି ନୂଆଗୁଡା ଗାଁ ନିକଟରୁ ଗଞ୍ଜେଇ ଲୋଡ଼ କରି ରାଜସ୍ତାନ ଅଭିମୁଖେ ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି ପୋଲିସ କହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق