BREAKING
Loading...
:

ଡୋଳାବାଲି ଛକରେ ଜିଲ୍ଲା ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

 ଡୋଳାବାଲି ଛକରେ ଜିଲ୍ଲା ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ



ବୌଦ୍ଧ ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୋଲାବାଲି ଛକ ନିକଟରେ ଜିଲ୍ଲା ପୁଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି | ବୌଦ୍ଧ ଉପଖଣ୍ଡ ପୁଲିସ ଅଧିକାରୀ ଏସଡିପିଓ ଲରେନ୍ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଥାନା  ଆଇଆଇସି ବାସୁଦେବ ଭୋଇ, ରିଜର୍ଭ ଇନ୍ସପେକ୍ଟର ପ୍ରଦୀପ ଓରାମ୍, ସର୍ଜେଣ୍ଟ୍ ଖଗେଶ୍ୱର ବିଶ୍ୱାଳ , ସବ୍ ଇନ୍ସପେକ୍ଟର ପ୍ରକାଶ ଭୋଇ  ଓ କଣ୍ଟାମାଳ ପୁଲିସ ଷ୍ଟାଫ ଉପସ୍ଥିତ ଥିଲେ | ସ୍ଥାନୀୟ ଅଂଚଳର ଲୋକ ମାନଙ୍କୁ ଗଞ୍ଜେଇ ଚାଷ ଛାଡି ଅନ୍ୟ ଅର୍ଥକାରୀ ଫସଲ ଚାଷ କରି ଲାଭବାନ ହେବାକୁ  ସଚେତନ କରା ଯାଇଥିଲା l ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ, ଛାତ୍ର ଛାତ୍ରୀ ମାନଙ୍କୁ  ଖାତା, ପେନ୍ ଯୁବକ ମାନଙ୍କୁ  ଭଲିବଲ୍, ଫୁଟବଲ୍, ସାଲ, ଟର୍ଚ୍ଚ ଲାଇଟ୍ ମହିଳା ମାନଙ୍କୁ ଶାଢୀ ସହ  ଟାୱେଲ, ଟୋପି, ଧୋତି ଓ ଅନ୍ୟାନ୍ୟ ଜିନିଷ ବଣ୍ଟନ କରା ଯାଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS