ଚୂଲି ନିଆଁରୁ ଅଗ୍ନିକାଣ୍ଡ, ଜଳିଗଲା ଗୋଟିଏ ବଖରା ଘର
ଗଣିଆ (ମଣିଭଦ୍ରା ଖବର) ଚୂଲି ନିଆଁରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଚାଳଘର ଜଳି ଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି କୋସ୍କା ମଧୁପୁର ଭେଲେଇଢିପ ଗ୍ରାମରେ । ଘରେ ରୋଷେଇ କରୁଥିବା ସମୟରେ ଗ୍ରାମର ମମତା ନାହାକଙ୍କ ଗୋଟିଏ ବଖରା ଘର, ଆସବାବପତ୍ର ଏବଂ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଆନୁମାନିକ ୫୦ ହଜାର ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଗଣିଆ ଦମକଳ ଅଧିକାରୀ ବିଜୟାନନ୍ଦ ପରିଡ଼ା ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


إرسال تعليق