BREAKING
Loading...
:

ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର

 ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର



ନୂଆପଡା: ଜିଲ୍ଲା ଆଇନ ସେବାପ୍ରାଧୂକରଣ ଆନୁକୂଲ୍ୟରେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ ( ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ଅଭି ଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧ୍ କରଣର ସଚିବ ନବନୀତା ଦାଶ, ମହାବିଦ୍ୟାଳୟର ଅଧ୍ଯକ୍ଷ ପ୍ରଶାନ୍ତ କୁମାର ତାଣ୍ଡି, ମହାବିଦ୍ୟାଳୟର ପ୍ରଧ୍ୟାପକଗଣ, ଛାତ୍ରଛାତ୍ରୀ ଏବଂ ପ୍ରାଧୂକରଣର ଅଧୂକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରାଧୂକରଣର ସଚିବ ନବନୀତା ଦାଶ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ ( ଜେ. ସି . ଆର . ଏଲ. ଏ ୧୮୩/୨୦୨୫) ସମ୍ବନ୍ଧରେ ବିସ୍ତୃତ ଧାରଣା ଦେଇଥିଲେ ଏବଂ ଅସମୀଙ୍କ ଉଚ୍ଚ ଅଦାଲତରେ ଅପିଲ୍ କରିବା ଅଧୂକାର ଏବଂ ଅପିଲର ସମୟ ସୀମା ବି ଷୟରେ ବୁଝାଇଥିଲେ। ସେ ମଧ୍ୟ ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ ଏବଂ ଏହାକୁ ରୋକିବାକୁ ଓ ବାଲ୍ୟ ବିବାହ ମୂକ୍ତ ଭାରତ ଗଠନରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS