BREAKING
Loading...
:

ବାଲିମେଳାରେ ବର୍ଷା ପବନ ଯୋଗୁ ଉପୁଡି ପଡିଲା ବିରାଟ କାୟ ଗଛ*

 *ବାଲିମେଳାରେ ବର୍ଷା ପବନ ଯୋଗୁ ଉପୁଡି ପଡିଲା ବିରାଟ କାୟ ଗଛ*

 



ଅଳ୍ପକେ ବର୍ତ୍ତିଲା ଦୁଇଟି ସରକାରୀ କ୍ଵାଟର 

ଗଛ କାଟି ସଫା କଲେ ଅଗ୍ନିଶମ ବିଭାଗ କର୍ମଚାରୀ 


ବାଲିମେଳା ,

ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ   ପ୍ରବଳ ବେଗରେ ପବନ ବହିବା ସହିତ ଦୀର୍ଘ ଘଣ୍ଟା ଧରି ବର୍ଷା ଜାରୀ ରହିଥିଲା। ସେହିପରି ବାଲିମେଳା ସହରର ଏହାର ସମାନ ପଡ଼ିଥିବା ଦେଖିବାକୁ ମିଳିଛି। ବାଲିମେଳା ସହରରେ ହୋଇଥିବା ପ୍ରବଳ ବର୍ଷା ଓ ପବନରେ ସହରର କାଳୀଛକ ନିକଟ ଗୋଡି ଲାଇନରେ ଓଏଚପିସି କ୍ଵାଟରରେ ରହୁଥିବା କଲୋନୀ ଯନ୍ତ୍ରୀ ଶଶିକାନ୍ତ ନାୟକ ଏବଂ ପଡିଶା କ୍ଵାଟର ଘରେ ରହୁଥିବା ସିମାଞ୍ଚଳ ସୁବୁଦ୍ଧିଙ୍କ କ୍ଵାଟର ପରିସରରେ ଥିବା ଏକ ବିରାଟକାୟ ଚାଖୁଣ୍ଡା ଗଛ ଉପୁଡି ଘର ସମ୍ମୁଖରେ ପଡିଯାଇଥିଲା। ଫଳରେ ଏହି ଦୁଇଟି କ୍ଵାଟର ଘର ଅଳ୍ପକେ ବର୍ତ୍ତୀ ଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ 

ସୂଚନା ପାଇ କୋରୁକୋଣ୍ଡା ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ଜୁଲିୟସ ଲୋଗନଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀମାନେ   ଘଟଣା ସ୍ଥଳରେ ପହଁଞ୍ଚି କଟର ମେସିନ ଯୋଗେ ଉକ୍ତ ଗଛକୁ କାଟି ସଫା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS