BREAKING
Loading...
:

ଖବର ପ୍ରସାରଣ ପରେ ମଧ୍ୟ ଚୁପ ବିଭାଗୀୟ ଅଧିକାରୀ ବେ ଧଡକ ଲୁଟି ଚାଲିଛି ସିନାପାଲି ବିଦେଶୀ ମଦ ଦୋକାନ

 ଖବର ପ୍ରସାରଣ ପରେ ମଧ୍ୟ ଚୁପ ବିଭାଗୀୟ ଅଧିକାରୀ ବେ ଧଡକ ଲୁଟି ଚାଲିଛି ସିନାପାଲି ବିଦେଶୀ ମଦ ଦୋକାନ



ନୂଆପଡ଼ା  କିଛି ଦିନ ତଳେ ଖବର ପ୍ରସାରଣ ହୋଇଥିଲା ସିନାପାଲି ବିଦେଶୀ ମଦ ଦୋକାନରେ ଦିର୍ଘ ଦିନ ଧରି ବେଆଇନ ଭାବେ ପ୍ରିଣ୍ଟ ଠାରୁ ଅଧିକ ଚଢ଼ାଦରରେ ଟଙ୍କା ନେଉଛି ବୋଲି ଯାହାର ପ୍ରମାଣ ସହ ଖବର ପ୍ରସାରଣ କରି ନୂଆପଡ଼ା ଅବକାରୀ ତଥା ସିନାପାଲି ଅବକାରୀ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଲେ ବାବୁ ମାନେ କାହା ଚାପରେ ଅଛନ୍ତି କେ ଜାଣେ ଏ ନେଇ ବାରମ୍ବାର ଖବର ପ୍ରସାରଣ କରିବା ପରେ ମଧ୍ଯ କୌଣସି ପଦକ୍ଷେପ ଦେଖା ଦେଉ ନାହିଁ ଯାହାକୁ ନେଇ ସାଧାରଣରେ ଲୋକରେ ଅସନ୍ତୋସ ପ୍ରକାଶ ପାଇଛି। କେବକ ସେତିକି ନୁହେଁ ସିନାପାଲିର ଯେଉଁ ସ୍ଥାନରେ ବିଦେଶୀ ମଦ ଦୋକାନ ରହିଛି ସେହି ରାସ୍ତା ବିଜୁ ଏକ୍ସପ୍ରେସ ରାସ୍ତାକୁ ସଂଯୋଗ କରୁଛି ଯେଉଁ ରାସ୍ତା ଦେଇ ପ୍ରତ୍ୟେକ ଦିନ ଅନେକ ସରକାରୀ କର୍ମଚାରୀ ଏବଂ କଲେଜ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଛନ୍ତି । କାରଣ ତାହା ହେଉଛି ଅପ ସପ ହେଲେ ସେହି ବିଦେଶୀ ମଦ ଦୋକାନ ରୁ କିଣି ସେହି ସ୍ଥାନରେ ହିଁ ମଦ ପିଉଛନ୍ତି । ଯାହାକୁ ନେଇ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଅନେକ ସମୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନ ସାଧାରଣରେ ଦାବି ହେଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS