ସମାଜସେବାରେ ସିନାପାଲିର ନୂଆ ଯୁବମୁହଁ ବୁଦ୍ଧଦେବ
ନୂଆପଡା଼ : ସମାଜର ଉନ୍ନତି ଓ ମଙ୍ଗଳ ପାଇଁ କିଛି ଲୋକ ନିଜ ସ୍ୱାର୍ଥକୁ ପଛକୁ ରଖ୍ ନିଷ୍ଠାର ସହ କାମ କରନ୍ତି । ସେମାନେ ପଦ ବା ପଦବୀ ପାଇଁ ନୁହେଁ, ବରଂ ମନର ଡାକରେ ସମାଜ ପାଇଁ ସେବାସ୍ବଚ୍ଛ ସିନାପାଲି ଲକ୍ଷ୍ୟକରି ଥାନ୍ତି । ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକରେ ଏମିତି ଜଣେସମାଜସେବୀ ଭାବେ ଜଣାଶୁଣା ହୋଇଛନ୍ତି ବୁଦ୍ଧଦେବ ମେହେର, ଯାହାକୁ ଅଞ୍ଚଳର ଲୋକମାନେ ସ୍ନେହର ସହ “ ରାଜୁ” ବୋଲି ଡାକନ୍ତି । ସାଧାରଣ ପରି ବାରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତାଧାରା ସବୁବେଳେ ସମାଜକୁ ନେଇ ରହିଥାଏ। ସିନାପାଲି ଅଞ୍ଚଳକୁ ସ୍ଵଚ୍ଛ ଓ ସୁନ୍ଦର ରଖୁବା ପାଇଁ ସେ ସବୁ ବେଳେ ସଚେତନ ରହନ୍ତି । ବିଶେଷକରି ସିନାପାଲିର ଲାଇଫଲାଇନ୍ ବୋଲି ପରିଚିତ ଉଦନ୍ତୀ ନଦୀକୁ ସ୍ୱଚ୍ଛ ରଖିବାରେ ତାଙ୍କର ଅନେକ ପ୍ରୟାସ ଦେଖୁବାକୁ ମିଳିଛି। ନଦୀ ପାର୍ଶ୍ଵରେ ସଂଗ୍ରହ ହୋଇଥିବା ଆବର୍ଜନା ସଫା କରିବା, ଲୋକମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବା ଭଳି
କାମରେ ସେ ସବୁବେଳେ ଆଗରେ ରହନ୍ତି। ଏହା ସହ ଅଞ୍ଚଳରେ ଅଇଲା ଆବର୍ଜନା ସଫା କରିବା ଓ ପରିବେଶକୁ ସୁସ୍ଥ ରଖିବାରେ ସେ ନିଜ ଉଦ୍ଯମ ଜାରି ରଖ୍ ଛନ୍ତି । ସମାଜସେବାର ଆଉ ଏକ ଗୁରୁତ୍ଵପୂର୍ଣ ଦିଗ ହେଲା ରକ୍ତଦାନ, ଯେଉଁଠାରେ ବୁଦ୍ଧଦେବମେହେରଙ୍କ ଭୂମିକା ଉଲ୍ଲେଖନୀୟ। ସେ ନିଜେ ରକ୍ତଦାନ କରିବା ସହ ଅଞ୍ଚଳର ଯୁବପିଢ଼ୀଙ୍କୁ ମଧ୍ୟ ଏହି ମହତ୍ କାର୍ଯ୍ୟ ପାଇଁ ଉତ୍ସାହିତ କରୁଛନ୍ତି । ଆବଶ୍ୟକତା ପଡ଼ିଲେ ରାଇପୁର କିମ୍ବା ଭୁବନେଶ୍ଵର ପର୍ଯ୍ୟନ୍ତ ଯାଇ ରକ୍ତଦାନ କରିବାକୁ ସେ କେବେ ପଛୁଆ ହୋଇନାହାନ୍ତି। ମାନବତାର ସେବା ପାଇଁ ତାଙ୍କର ଏହି ମନୋଭାବ ସମାଜରେ ତାଙ୍କୁ ଅଲଗା ସମ୍ମାନ ଦେଇଛି। ଏହା ସହିତ ଖେଳକୁପ୍ରୋତ୍ସାହନ ଦେବା, ଯୁବମ ବମାନଙ୍କୁ ସକାରାତ୍ମକ ଦିଗରେ ନେ ନେବା ଓ ଗ୍ରାମ ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ସବୁବେଳେ ସକ୍ରିୟ ଭୂମିକା ନିଭାଇଥାନ୍ତି । ପଞ୍ଚାୟତ ସ୍ତରରେ ଯେକୌଣସି ସଭା ସମିତି ବା ସାମୁହିକ କାର୍ଯ୍ୟ ହେଲେ ବୁଦ୍ଧଦେବ ମେହେର ସବୁବେଳେ ଆଗରେ ଠିଆ ହୋଇ ସମାଜର କାମକୁ ଗତି ଦେଇଥାନ୍ତି। ଆଜିର ଦୌଡ଼ଧୁପ ଭରା ସମୟରେ ଅନେକ ଲୋକ ନିଜ ସ୍ୱାର୍ଥକୁ ନେଇ ବ୍ୟସ୍ତ ରହୁଥିବା ବେଳେ ବୁଦ୍ଧଦେବ ମେହେର ଭଳି କିଛି ଲୋକ ଅଛନ୍ତି ଯେମାନେ ସମାଜ ପାଇଁ ନିଷ୍ଠାର ସହିତ କାମ କରୁଛନ୍ତି। ସେ ଯଦିଓ ଜଣେ ସାଧାରଣ ମଣିଷ, କିନ୍ତୁ ସିନାପାଲି ଅଞ୍ଚଳ ପାଇଁ ତାଙ୍କର ଭଲପାଇବା, ଚିନ୍ତା ଓ ନିଷ୍ଠାପୂର୍ଣ ସେବା ତାଙ୍କୁ ଏକ ବିଶେଷ ପରିଚୟ ଦେଇଛି। ସମାଜସେବା ହେଉଛି ଏକ ମନୋଭାବ ଓ ଦାୟିତ୍ବର ପ୍ରତୀକ। ବୁଦ୍ଧଦେବ ମେହେର ନିଜ କାର୍ଯ୍ୟ ଦ୍ଵାରା ପ୍ରମାଣ କରିଛନ୍ତି ଯେ ଇଚ୍ଛାଶକ୍ତି ଓ ସମର୍ପଣ ଥାଇଲେ ଜଣେ ସାଧାରଣ ମଣିଷ ମଧ୍ୟ ସମାଜରେ ବଡ଼ ପରି ବର୍ଷ ନ ଆଣିପାରେ। ତାଙ୍କର ଏହି ନିଷ୍ଠାପୂର୍ଣ ସମାଜସେବା ଆଗାମୀ ପିଢ଼ୀ ପାଇଁ ନିଶ୍ଚୟ ଏକ ପ୍ରେରଣା ହୋଇ ରହିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق