ନୂଆପଡ଼ା,:କିଛି ଅଧୂକାରୀ ଅଛନ୍ତିଯେଉଁମାନେ ନିଃସ୍ବାର୍ଥ ଭାବରେ ସମାଜ ପାଇଁ କାମ କରି ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ମାନବତାର ଉଦାହରଣ ସୃଷ୍ଟି କରନ୍ତି। ଏଭଳି ଜଣେ ନିଃସ୍ବାର୍ଥପର ଓ ପରୋପକାରୀ ଅଧୂକାରୀ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଯୋଗାଣ ଅଧୂକାରୀ ଭାବେ କାର୍ଯ୍ୟରତ ଦେବେନ୍ଦ୍ର ସେଠିଆ। ତାଙ୍କର କାର୍ଯ୍ୟଧାରାଅନ୍ୟଅଧୂକାରୀମାନଙ୍କଠାରୁ ଅଲଗା। ସେ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଜଣେ ଦରଦୀ ମଣିଷ ଭାବେ ପରିଚିତ। ସିନାପାଲି ବ୍ଲକରେ ଯୋଗଦାନ କରିଥିବା ଦିନଠାରୁ ସେ ଅନେକ ସମାଜସେବାମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି। କେବେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲକୁ ପହଞ୍ଚାଇବା, କେବେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସହଭାଗୀ ହେବା, ଆଉ କେବେ ଅସହାୟମାନଙ୍କୁ ସହଯୋଗ କରିବା ଭଳି କାମରେ ସେ ସଦା ସଚେତନ ରହିଛନ୍ତି। ଅଫିସର ଛୁଟି ଦିନ ହେଉ କି ସାଧାରଣ ଦିନ, ସେ ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ରହୁଛନ୍ତି। ତାଙ୍କ ଏଭଳି ସେବାମୂଳକ କାର୍ଯ୍ୟ ପାଇଁ ସାଧାରଣ ଲୋକମାନେ ମାନେ କହୁଛନ୍ତି – "ଅଧୂକାରୀ ରୀ ହେଲେ ଏମିତି।"ରବିବାର ଦିନ ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଗ୍ରାମକୁ ଯାଇଥିବା ବେଳେ ସେ ଉକ୍ତ ଗ୍ରାମର ତିଲଟ ଲଚନ ପାଣ୍ଡେଙ୍କ ୧୮ ବର୍ଷୀୟ ପୁଅ ଚନ୍ଦ୍ରଭାନୁ ପାଣ୍ଡେଙ୍କୁ ଦେଖୁଥିଲେ। ପକ୍ଷାଘାତରେ ପୀଡ଼ିତ ହୋଇ ଚନ୍ଦ୍ରଭାନୁ ଦୁଇ ଇ ପାଏଁ ଅଚଳ ହୋଇ ଘରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ଅତ୍ୟନ୍ତ ଗରିବ ପରି ରିବାରରୁ ଥୂବାରୁ ତାଙ୍କ ଚିକିତ୍ସା ପାଇଁ ପାଇଁ ପରିବାର ଅନେକ ଚେଷ୍ଟା କରିଥିଲେ ମଧ୍ୟ ଆବଶ୍ୟକ ସମ୍ବଳ ଅଭାବରୁସେଭଲହୋଇପାରିନଥିଲେ। ଯାହା ଥିଲା ବିକ୍ରି କରି ଓ ଧାର କରି ଚିକିତ୍ସା କରାଇଥିଲେ ମଧ୍ୟ ଆଜି ସେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବାକୁ ବାଧ୍ୟ ହେଉଛନ୍ତି। ଏହି ଦୁଃଖଦ ପରିସ୍ଥିତି ଦେଖ୍ ଯୋଗାଣ ଅଧୂକାରୀ ଶ୍ରୀ ସେଠିଆ ସିନାପାଲି ବିଡିଓ କାର୍ମୀ ଓ ଓରାମଙ୍କୁ ବିଷୟଟି ଜଣାଇଥିଲେ। ସାଙ୍ଗେସାଙ୍ଗେ ତାଙ୍କ ପରିବାର ପାଇଁ ଅର୍ଯ୍ୟୋଦୟ ରେସନ୍ କାର୍ଡ ମଞ୍ଜୁର କରାଇବା ସହ ଚାଉଳ ଓ କିଛି ଅର୍ଥକ ସହା ହାୟତା ପ୍ରଦାନ କରି ନିଜର ମାନବିକତା ଓ କର୍ତ୍ତବ୍ୟପରାୟଣତାର ପରିଚୟ ଦେଇଛନ୍ତି। ତାଙ୍କର ଏହି ମାନବିକ ପଦକ୍ଷେପ ଷପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق