BREAKING
Loading...
:

ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ।

 ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ।

 



ବ୍ରହ୍ମପୁର ସହର ଉପକଣ୍ଠ ଆଙ୍କୁଶପୁର ନିକଟ ବ୍ରାହ୍ମଣ ଶାସନ ଗ୍ରାମ କୃପାସିନ୍ଧୁ ପୁର। ଗ୍ରାମ ମଧ୍ୟରେ ଶ୍ରୀ ଶ୍ରୀ ଶ୍ରୀ ଗୋପିନାଥ ମନ୍ଦିର।୨୦ ଭରଣ ବା ୪ ଏକର ପରିମିତ ଜାଗାରେ ଅବସ୍ଥିତ ମନ୍ଦିରର ପରିସରରେ ଏକ ଦିବ୍ୟ ଭବ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପରିକଳ୍ପନା କରି ଗ୍ରାମବାସୀଙ୍କ ପକ୍ଷରୁ ଭିତିପ୍ରସ୍ତର ମହାସମାରୋହରେ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହ ଅନ୍ୟାନ୍ୟ ବରେଣ୍ୟ  ଭଗବତ୍ ପ୍ରେମୀ ଙ୍କ  ସହାୟତା ଓ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି। ମନ୍ଦିର ପରିସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ,ନାମ ଯଜ୍ଞ ମଣ୍ଡପ,ସଭା ଗୃହ ସହ ମନ୍ଦିର ପରିସରରେ ସବୁଜ ବନାନୀ ସୃଷ୍ଟିର ରଚନା କରି ଦିବ୍ୟ ଭବ୍ୟ ଓ ସୌନ୍ଦର୍ଯ୍ୟ ମୟ ପରିବେଶ ସୃଷ୍ଟି କରିବା ପ୍ରୟାସ କରାଯାଉଛି। ଗିତା ବିଜ୍ଞ ପଣ୍ଡିତ ଶିଶିର କୁମାର ଶତପଥି, ବିଷ୍ଣୁ ପ୍ରସାଦ ତ୍ରିପାଠୀ ଙ୍କ ପୌରହିତ୍ୟରେ ନାମ ଯଜ୍ଞ,ଅନ୍ନ ଯଜ୍ଞ ସହ ହୋମ ଯଜ୍ଞ ଆଦି ନିତୀ ନିୟମ ଅନୁସରଣ କରି ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ସର୍ବଶ୍ରୀ ଶିଶିର କୁମାର  ଶତପଥି, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ସନ୍ତୋଷ କୁମାର ହୋତା, ସଞ୍ଜୟ ଶତପଥୀ, ସଦାନନ୍ଦ ତ୍ରିପାଠୀ, କୈଳାଶ ତ୍ରିପାଠୀ, ନାରାୟଣ ତ୍ରିପାଠୀ,ବିରଜା ପ୍ରୀୟ ଦର୍ଶନୀ , ସାମ୍ବାଦିକ ତଥା ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭା ସାଂଗଠନିକ ସଭାପତି ଅନିଲ କୁମାର ଚୌଧୁରୀ, ସ୍ଵଶକ୍ତି ଜଗାରଣ ସେବା ସଂସ୍ଥାନର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାନ୍ତି, ରୋଟାରୀ କ୍ଲବ ବ୍ରହ୍ମପୁର (ପୂର୍ବ) ର ପୂର୍ବତନ ସଭାପତି ବି କୁଶ ପାତ୍ର, ଆଇନଜୀବୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା , ଉମେଶ ଗୌଡ, ଅଶୋକ ଗୌଡ଼, ଗୌଡ଼,ଜୁଵୁଲା ପଣ୍ଡା ତଥା ଅନେକ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS