BREAKING
Loading...
:

କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା

 କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା



ବ୍ରହ୍ମପୁର  - ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ନରସିଂହପୁର ଗ୍ରାମର ପ୍ରସିଦ୍ଧ କବିରାଜ  ଶିବରାମ ନନ୍ଦଙ୍କ , ୯୦ ବର୍ଷ ବୟସରେ ବିୟୋଗ ଘଟିଛି । ଦୀର୍ଘ ବର୍ଷ ଧରି ଛତ୍ରପୁର ବ୍ଳକ ଅଞ୍ଚଳରେ ଜନସାଧାରଣଙ୍କୁ କବିରାଜ ଭାବରେ ଅନେକ ସେବା କରି ଆସୁଥିବା ସ୍ବର୍ଗତ ଶିବରାମ ଛତ୍ରପୁର ଅଞ୍ଚଳରେ ବେଶ ପରିଚିତ ରହିଥିଲେ ।  ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏହାର କିଛି ସମୟ ପରେ ବିୟୋଗ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ,ପୁଅ , ଝିଅ ,ପରିବାର, ବନ୍ଧୁ ,ସମ୍ପର୍କୀୟ ଏବଂ ଗ୍ରାମବାସୀ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବାରେ ନରସିଂହପୁର ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। 


ଏପରିକି କବିରାଜ ସ୍ବର୍ଗତ ଶିବରାମ  ଜୀବନବ୍ୟାପି ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଏକ ବରିଷ୍ଠ ନେତା ଭାବରେ କାର୍ଯ୍ୟ କରି ଜୀବନବ୍ୟାପୀ ଦଳର ଜଣେ ଆଜୀବନ କର୍ମୀ ଭାବରେ ରହି ଆସିଥିବାରୁ  ଏହି ଖବର ପାଇ  ଦଳର ନେତା ତଥା ପୂର୍ବତନ ଛତ୍ରପୁରର ବିଧାୟକ ଏନ୍.ନାରାୟଣ ରେଡି ,

କମ୍ୟୁନିଷ୍ଟ ପାର୍ଟିର  ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ , ଭିକାରୀପଲ୍ଲୀ  ପଞ୍ଚାୟତର ପୂର୍ବତନ ସରପଞ୍ଚ ମଥୁରା ସୁବୁଦ୍ଧି  , ସମିତିସଭ୍ୟ ପ୍ରତିନିଧି ମୁନା ପାତ୍ର ଙ୍କ ସମେତ କମ୍ୟୁନିଷ୍ଟ ପାର୍ଟିର ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦଳର ପତାକା ପକାଇ ଲାଲ ସଲାମ ପ୍ରଦାନ କରିବା ସହିତ ଶେଷ ଦର୍ଶନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS