*ଅବ୍ୟବସ୍ଥାରେ ଏମଭି-୧୦୯ ପ୍ରାଥମିକ ବିଦ୍ୟାଳୟ*
ସୁରକ୍ଷା ପାଚେରୀ ଥିବାରୁ ଅନୈତିକ କାର୍ଯ୍ୟର ଆଡାସ୍ଥଳୀ ପାଲଟିଛି ବିଦ୍ୟାଳୟ ପରିସର
ଗୋଟିଏ ଗୃହରେ ଚାଲୁଛି ୫ଟି ଶ୍ରେଣୀର ପାଠପଢା
ସମସ୍ୟାର ସମାଧାନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ଅବଗତ କଲେ ସ୍କୁଲ କତୃପକ୍ଷ ଓ ଗ୍ରାମବାସୀ
ବାଲିମେଳା ,
ମାଲକାନଗିରି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି।ବିଦ୍ୟାଳୟର ଛାତରୁ ପାଣି ଗଳିବା, ଶ୍ରେଣୀ ଗୃହ,ଅଫିସ ଗୃହ, ସ୍ଥାୟୀ ସୁରକ୍ଷା ପାଚେରୀ ଓ ଛାତ୍ରୀ ଛାତ୍ରଙ୍କ ଖେଳିବା ପାଇଁ ଖେଳ ପଡିଆ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନ ଥିବାରୁ ପିଲା ମାନଙ୍କର ପାଠ ପଢା ଓ ଖେଳ କୁଦରେ ବହୁ ସମସ୍ୟା ସୃଷ୍ଟି ହେଉଛି।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ଏମଭି-୧୦୯ଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ଦେଖିବାକୁ ମିଳିଛି
୧୯୭୩ରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ୫ମ ଶ୍ରେଣୀକୁ ନେଇ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ଏହି ସ୍କୁଲରେ ବାଲବାଟିକାରେ ୩ ଓ ପ୍ରଥମରୁ ୫ମ ଶ୍ରେଣୀରେ ମୋଟ ୨୫ଛାତ୍ରୀ ଛାତ୍ର ପଢୁଛନ୍ତି।ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ମୋଟ ୨ ଜଣ ଶିକ୍ଷୟତ୍ରୀ ଅଛନ୍ତି।ଗୁରୁବାର ସକାଳେ ସ୍କୁଲ ଖୋଲିବା ପରେ ଉକ୍ତ ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ଥିବା ଶୌଚାଳୟରେ କେହି ଯୁବକ ଯୁବତୀଙ୍କର କିଛି ପିନ୍ଧା ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଉକ୍ତ ଶୌଚାଳୟ ଭିତରେ ପଡ଼ିଥିବା ସ୍କୁଲ କତୃପକ୍ଷ ଦେଖି ଖପ୍ପା ହୋଇ ଯାଇଥିଲେ। ପୂର୍ବରୁ ଏହି ସ୍କୁଲ ପରିସରରେ ଅନେକ ଥର ମଦ ବୋତଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଡି ଥିବା ମଧ୍ୟ ଦେଖିବାକୁ ମିଳିଛି।ଏ ସମ୍ପର୍କରେ ସ୍କୁଲ କତୃପକ୍ଷଙ୍କ ଠାରୁ ସୂଚନା ପାଇ ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ସିଆରସିସି ଭଗବାନ ସାହୁ ତୁରନ୍ତ ବିଦ୍ୟାଳୟରେ ପହଁଞ୍ଚି ଏ ସମସ୍ତ ବୁଲି ଦେଖିବା ପରେ ସେ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲେ।ସ୍କୁଲର ସ୍ଥାୟୀ ସୁରକ୍ଷା ପାଚେରୀ ନ ଥିବାରୁ ବର୍ତ୍ତମାନ ସ୍କୁଲ ପରିସର ପାଲଟିଛି କିଛି ଅନୈତିକ ଯୁବକ ଯୁବତୀଙ୍କ ଆଡା ସ୍ଥଳୀ ସ୍କୁଲ ପରିଚାଳନା କମିଟିର ସଭାପତି ବବୁଲୁ ସିଆଲିଙ୍କ ସମେତ କିଛି ଗ୍ରାମବାସୀ କହିଛନ୍ତି।ଯାହାର କୁପ୍ରଭାବ ସିଧା ସଳଖ ପଡୁଛି ସ୍କୁଲ ଏବଂ ଗାଁ ପରିବେଶ ଉପରେ।ଯାହାକି ପାରିପାର୍ଶ୍ଵିକ ଅଞ୍ଚଳରେ ଏହାର ଖରାପ ପ୍ରଭାବ ପଡୁଛି ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ଖାଲି ଏତିକିରେ ସରିନି ବିଦ୍ୟାଳୟର ସମସ୍ୟା,ଶିକ୍ଷକ
ଗୋଟିଏ ଶ୍ରେଣୀ ଗୃହରେ ୫ ଏବଂ ବାଲବାଟିକାର ପିଲାଙ୍କୁ ବସାଇ ପାଠ ପଢ଼ାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀ ଛାତ୍ର ଓ ସେମାନଙ୍କର ଅଭିବଵାବକ ମାନେ କହିଛନ୍ତି।ପ୍ରଥମରୁ ୫ ମ ଶ୍ରେଣୀ ପିଲାଙ୍କ ପାଇଁ ବିଭାଗ ପକ୍ଷରୁ ଟେବୁଲ ବେଞ୍ଚ ଦିଆଯାଇନାହଁ।ପିଲାମାନେ ଚଟାଣରେ ବାସି ପାଠ ପଢୁଛନ୍ତି।ବିଦ୍ୟାଳୟର ଜରୁରୀ ନଥିପତ୍ର ରଖିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଅଫିସ ଗୃହ ନାହିଁ। ପିଲାମାନଙ୍କର ଖେଳ କୁଦ ପାଇଁ ଆବଶ୍ୟକୀୟ ଖେଳ ପଡିଆ ମଧ୍ୟ ନାହିଁ। ଯେଉଁ ପଡିଆ ରହିଛି ଉକ୍ତ ପଡିଆର କିଛି ଅଂଶ କିଛି ଲୋକଙ୍କ କବଜାରେ ରହିଛି ବୋଲି ଗ୍ରାମର ଶ୍ୟାମଲ ବିଶ୍ୱାସ, ବିଶ୍ୱଜିତ ମଣ୍ଡଳ, ଅମର ଟୀକାଦାର,କାନ୍ହାଇ କର୍ମକାର ସନାତନ ଗାଏନଙ୍କ ସମେତ ଗ୍ରାମର କିଛି ବ୍ୟକ୍ତି କହିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବିଦ୍ୟାଳୟର ପଟ୍ଟା ପ୍ରଦାନ କରାଯାଇନାହିଁ।ତେବେ ବିଦ୍ୟାଳୟରେ ଲାଗି ରହିହିବା ସମସ୍ତ ସମସ୍ୟା ଗୁଡିକର ବିଭାଗ ପକ୍ଷରୁ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ସ୍କୁଲ କତୃପକ୍ଷଙ୍କ ପକ୍ଷରୁ ସିଆରସିସି ଶ୍ରୀ ସାହୁଙ୍କ ଜରିଆରେ କୋରୁକୋଣ୍ଡା ବ୍ଲକ ଶିକ୍ଷଧିକାରୀଙ୍କ ଉଦେଶ୍ୟରେ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି
ଏ ନେଇ ଗାଁ କମିଟି ପକ୍ଷରୁ ମଧ୍ୟ୍ୟ ବିଇଓଙ୍କୁ ମଧ୍ୟ ଏକ ଲିଖିତ ଦାବୀପତ୍ର ପ୍ରଦାନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment