ରାୟଗଡା : ୫ ବର୍ଷ ନାବାଳକକୁ ଗଳା କାଟି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ସଦର ପଞ୍ଚାୟତ ର ପୁରୁଣା ଷ୍ଟେସନ ସାହିରେ। ମୃତକ ପୁରୁଷୋତ୍ତ ଗାନ୍ତାୟତ ଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ନାବାଳକ ଋଷି ଗାନ୍ତାୟତ କୁ କିଛି ଦୁର୍ବୁତ୍ତ ଅପହରଣ କରିନେଇଥିଲେ। କିଛି ସମୟ ପରେ ଋଷି ର ମାମୁଁ ଙ୍କ ମୋବାଇଲ କୁ ଏକ ଅଜଣା ନମ୍ବର ରୁ ମେସେଜ ଆସିଥିଲା। ସେହି ମେସେଜ ରେ ନାବାଳକ ରୁଷି କୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରାଯାଇଥିଲା।
ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନ ଦେଲେ ରୁଷି କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସଂକ୍ରାନ୍ତରେ ପୁଲିସ୍ କିମ୍ବା କୌଣସି ବାହାର ଲୋକ କୁ ଜଣାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଋଷିର ମାମୁଁ କୁ ଏହି ମେସେଜ ଆସିବା ପରେ ଏ ସଂକ୍ରାନ୍ତରେ ଋଷିର ପିତା କୁ ଜଣାଇଥିଲେ। ଏହା ପରେ ପରିବାର ଲୋକ ଋଷି କୁ ବହୁ ଖୋଜାଖୋଜି କରିବା ପରେ କିଛି ଘଣ୍ଟା ପରେ ତାଙ୍କ ପୁରୁଣା ଘର ପଛ ପଟୁ ଋଷି ର ମୃତଦେହ ଉଦ୍ଧାର ହୋଇଥିଲା। କେହି ତାଙ୍କୁ ପ୍ରଥମେ ଗଳା କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତା ରେ ପୁରାଇ ଫୋପାଡି ଦେଇଥିବା ଜଣାପଡିଛି। ଖବର ପାଇବା ପରେ ବିଷମ କଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment