BREAKING
Loading...
:

ଗଣ୍ଡାବାହାଲି ଗ୍ରାମରେ ଗର୍ଜିଲା ବୋଲଡଜର, ସରକାରୀ ଜମିରୁ ଜବରଦଖଳ ଉଚ୍ଛେଦ ଆରମ୍ଭ

 ଗଣ୍ଡାବାହାଲି ଗ୍ରାମରେ ଗର୍ଜିଲା ବୋଲଡଜର, ସରକାରୀ ଜମିରୁ ଜବରଦଖଳ ଉଚ୍ଛେଦ ଆରମ୍ଭ



ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗ ଣାଵାହାଲି ସ୍ଥାନୀୟ ଲୋକମାନେ ଅବୈଧ ଭାବରେ ରାସ୍ତା କଡରେ ଥିବା ସରକାରୀ ଜମିକୁ ଅଧୂକାର କରି ରଖୁଥିଲେ ଫଳରେ ରାସ୍ତା ସଙ୍କୁଚିତ ହୋଇ ଡ୍ରେନେଜ୍ କାମରେ ବଧା ସୃଷ୍ଟି କରୁଥିଲା । ଯାହା ଫଲରେ ଗାଁ ମଝି ରାସ୍ତା ସବୁବେଲେ ଆବର୍ଜନା ପାଣି ଏବଂ କାଦୁଅ ଲିଚିପିଚି ରହି ବହୁତ ଦୁର୍ଗନ୍ଧ ସୃଷ୍ଟି ହୋଇ ଜନଜୀବନ ପ୍ରଭାବିତ ହେଉଥୁଲା । ଦିର୍ଘଦିନର ଅପେକ୍ଷା ପରେ ରାସ୍ତାର ଚୌଡିକରଣ ଏବଂ ଡ୍ରେନ୍ ନିର୍ମାଣ କରିବା ନିମନ୍ତେ ନୂଆପଡା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ, ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ମୌଜାରେ ସ୍ଥାନୀୟ ଉ.ପ୍ରା. ବିଦ୍ୟାଳୟ ଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ରାସ୍ତା ଦୁଇ କଡରେ ଥୂବା ସରକାରୀ ଜମି ଉପରେ ହୋଇଥିବା ଜବରଦଖଳ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସିନାପାଲି ତହସିଲ ପକ୍ଷରୁ କରାଯାଇଥିବା ତଦନୁରେ ୪୧ ଜଣ ଗ୍ରାମବାସୀ ସରକାରୀ ଜମିକୁ ଅବୈଧ ଭାବେ ଦଖଳ କରି ଘର ନିର୍ମାଣ କରିଥିବା ପ୍ରମାଣ ମିଳିଥିଲା । ଏହି ସନ୍ଦର୍ଭରେ ଓଡିଶା ପ୍ରିଭେନ୍ସନ ଅଫ୍ଲ୍ୟାଣ୍ଡଏନକ୍ରୋବ୍ଲେଣ୍ଟ ଆକ୍ଟ୧୯୭୨ଅନୁସାରେଦଖଳଦାରମାନଙ୍କୁନୋଟିସଜାରିକରାଯାଇଥିଲା । ନିର୍ଦ୍ଧାରିତ ୩୦ ଦିନର ସମୟ ସୀମା ଅତିବାହିତ ହେବା ସତ୍ତ୍ବେ ଜମି ଖାଲି କରାଯାଇନଥିବାରୁ ପ୍ରଶାସନ ପକ୍ଷରୁ ଆଜି ଉଛେଦ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗଡ଼ିବାର ସମ୍ଭାବନା ବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସର ବ୍ୟବସ୍ଥା କରାଯିବାକୁ ନୂଆପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପୋଲିସ ଅଧୂକ୍ଷକଙ୍କୁ ଚିଠି ଲେଖାଯାଇଥିଲା ଏବଂ ଏହି ଉଛେଦ କାର୍ଯ୍ୟକ୍ରମ ସମୟରେ ପୋଲିସ ବଳ ସହିତ ମହିଳା କନଷ୍ଟେବଲ ମଧ୍ଯ ମୁତୟନ ହୋଇଛନ୍ତି, ଏହା ସହିତ ବୋଡେନ ଅତିରିକୁ ତହସିଲଦାର ଓ କାର୍ଯ୍ୟନିର୍ବାହୀ ମ୍ୟାଜିଷ୍ଟ୍ରେଟ୍ ଙ୍କୁ ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ଏହା ସହ ରାଜସ୍ବ ନିରୀକ୍ଷକ ଓ ଅମିନ ମାନେ ମଧ୍ୟ ଉପସ୍ଥିତ ରହି ଉଛେଦ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS