କଳାପଥର ଧଳାପଥର ଅଞ୍ଚଳରେ ହୋଲି ପର୍ବ ପାଳନ ପାଇଁ ବଜାର ଚଳଚଞ୍ଚଳ
ବାଙ୍କୀ, 3/3(ମାନସ ରଞ୍ଜନ ସାହୁ):ଚଳିତ ବର୍ଷ ହୋଲି ପର୍ବ ପାଳନ କରିବା ପାଇଁ ଧଳାପଥର କଳାପଥର ବଜାର ତଥା ଗ୍ରାମାଞ୍ଚଳରେ ରଙ୍ଗ ଦୋକାନ ଖୋଲାଯିବା ଫଳରେ ସହର ଚଳଚଞ୍ଚଳ ହୋଇପଡିଛି । ଜନସାଧାରଣ ରଙ୍ଗ ଓ ପିଚିକାରୀ କିଣି ଆସନ୍ତା କାଲି ହୋଲି ପର୍ବ ପାଳନ କରିବେ ବୋଲି ନିଜକୁ ପ୍ରସ୍ତୁତ କରିସାରିଲେଣି । ଆଇନ୍ଶୃଙ୍ଖଳା ରକ୍ଷା କରି ଧଳାପଥର ଫାଣ୍ଡି ଏବଂ ବୈଦ୍ୟେଶ୍ୱର ଥାନା ପୁଲିସ ପ୍ରଶାସନ ଏଥିପାଇଁ ସଜାଗ ରହିଛନ୍ତି ଏବଂ କୌଣସି ବିଶୃଙ୍ଖଳା ନଘଟାଇବା ପାଇଁ ଜନସାଧାରଣଙ୍କୁ ସତର୍କ କରାଯାଇଛି ।
ମଣିଭଦ୍ରା ଖବର, ବାଙ୍କୀ


إرسال تعليق