ସୂଚନା ଅଧିକାର ତଥ୍ୟ ନଦେବାରୁ ଆଠଗଡ ଏନଏସିକୁ କାରଣ ଦର୍ଶାଅ ନୋଟିସ, ୬ ତାରିଖରେ ସୂଚନା କମିଶନ ରେ ହାଜର ହେବେ ପ୍ରଥମ ଆପଲିଟି ଅଥରୀଟି #
ଆଠଗଡ ,ସୂଚନା ଅଧିକାର ଆଇନକୁ ଆଖିଠାର ମାରି ଚାଲିଛନ୍ତି ବିଭିନ୍ନ ବିଭାଗ | ସୂଚନା ଆଇନ ଅଧିକାର ବଳରେ ତଥ୍ୟ ମଗାଯାଉଥିଲେ ମଧ୍ୟ ତଥ୍ୟ ଦେଉନଥିବାରୁ ଆଠଗଡ ଏନଏସିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସୂଚନା କମିଶନ | ଆସନ୍ତା ୬ ତାରିଖରେ ଆଠଗଡ ଏନଏସିର ପ୍ରଥମ ଅପିଲିଟି ଅଥରିଟି ହାଜର ହେବେ ସୂଚନା କମିଶନ ଙ୍କ ନିକଟରେ | ବିବରଣୀ ରୁ ଜଣାପଡିଛି ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ଗତ 2022 ମସିହାରେ ଆଠଗଡ ଏନଏସିକୁ ତଥ୍ୟ ମାଗିଥିଲେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉପରେ ଏବଂ ମୁକ୍ତା ଯୋଜନା ଉପରେ | ସୂଚନା ଅଧିକାର ଆଇନ ବଳରେ ଏନଏସି ପିଆଇଓ ତଥ୍ୟ ଦେଇ ନପାରିବା ଯୋଗୁ ପରବର୍ତ୍ତୀ ସମୟରେ ପ୍ରଥମ ଆପିଲିଟି ଅଥରୀଟି ଙ୍କୁ ତଥ୍ୟ ମଗା ଯାଇଥିଲା 09,03,2023 ରେ | ସେ ମଧ୍ୟ ତଥ୍ୟ ପ୍ରଦାନ କଲେ ନାହଁ | ଯାହା ଫଳରେ 24,04,2023 ମସିହାରେ ଲଲାଟେନ୍ଦୁ ସେନାପତି ସୂଚନା କମିଶନଙ୍କ ନିକଟରେ ତଥ୍ୟ ନମିଳିବା ଅଭିଯୋଗରେ ଅଭିଯୋଗ କରିଥିଲେ | ସେତେବେଳେ ବିଜେଡି ସରକାର ଥିବାରୁ କମିଶନ ମଧ୍ୟ ନ୍ୟାୟ ଦେବାରେ ବିଳମ୍ବ କରିଥିଲେ | 2024 ମସିହାରେ ସରକାର ପରିବର୍ତ୍ତନ ହେବାପରେ ନୂଆ କମିଶନ ଆସିବାପରେ ଏବେ ପୁରୁଣା ଫାଇଲ ସବୁ ଖୋଲିବା ଆରମ୍ଭ କରିଛି | ଜାନୁଆରୀ ମାସରେ ସୂଚନା କମିଶନଙ୍କ ନିକଟରୁ ଚିଠି ପାଇବାପରେ ଫେବୃଆରୀ 9 ତାରିଖରେ ଅଭିଯୋଗ କାରି ଲଲାଟେନ୍ଦୁ ସେନାପତି ସୂଚନା କମିଶନଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ଏବଂ ଆଠଗଡ ଏନଏସି ପିଆଇଓ ଏବଂ ପ୍ରଥମ ଆପିଲିଟି ଅଥରିଟି ତଥ୍ୟ ଦେଇନଥିବା ଅଭିଯୋଗ କରିବାପରେ ସୂଚନା କମିଶନର ପ୍ରାଣବିନ୍ଦୁ ଆଚାର୍ଯ୍ୟ ଆଠଗଡ ଏନଏସି ପ୍ରଥମ ଅପିଲିଟି ଅଥରିଟିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି | ପୂର୍ବରୁ ସୂଚନା କମିଶନ ପକ୍ଷରୁ ଆଠଗଡ ପିଆଇଓଙ୍କୁ ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ କମିଶନଙ୍କ ନିକଟରେ ହାଜର ହୋଇନଥିଲେ | ସେ ଦୃଷ୍ଟି କୋଣରୁ ସୂଚନା କମିଶନ ପିଆଇଓ ଏବଂ ପ୍ରଥମ ଅପିଲିଟି ଅଥରିଟିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି | ଏହି ଘଟଣାଟି ଏବେ ଆଠଗଡ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |ସରକାର ଯୋଉ ଉଦେଶ୍ୟ ନେଇ ସୂଚନା ଆଧାରରେ ସୂଚନା କମିଶନ ବସାଇଛନ୍ତି ସେହି ଉଦେଶ୍ୟ ନେଇ ସରକାରଙ୍କର ବିଭିନ୍ନ ବିଭାଗ ତଥ୍ୟ ଦେଉନାହାନ୍ତି | ଯଦି ତଥ୍ୟ ଦେଉ ନାହାଁନ୍ତି ସେମାନଙ୍କ ଉପରେ ଅର୍ଥଦଣ୍ଡ କରିଦେଲେ ସୂଚନା ଅଧିକାର ଆଇନ କର୍ମୀମାନେ ଏସବୁ ତଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି | ସୂଚନା ଅଧିକାର କର୍ମୀମାନେ ତଥ୍ୟ ପ୍ରଦାନ କରିବାକୁ ସୂଚନା କମିଶନଙ୍କ ନିକଟରେ ଦାବି କରିଛନ୍ତି |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment