*ବାଲିମେଳା ଏନଏସି.....*
ଅଣୁ ଜୈବ ସାର ପ୍ରକ୍ରିୟା କରଣ କେନ୍ଦ୍ର ପରିସରରେ ହୁତୁ ହୁତୁ ହୋଇ ଜଳିଲା ବର୍ଜ୍ୟବସ୍ତୁ
ଦୀର୍ଘ ଘଣ୍ଟା ସଂଘର୍ଷ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ
ଲଗାଯାଇନି ସିସିଟିଭି କ୍ୟାମେରା
ସୁରକ୍ଷା ପାଇଁ ନାହାନ୍ତି ୱାଚମେନ
ବାଲିମେଳା ,
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଲିମେଳା ଏନଏସି ଦ୍ୱାରା ଗତ କିଛି ବର୍ଷ ପୂର୍ବେ ଡ୍ରଗଲାଇନ ଠାରେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅଣୁ ଜୈବସାର ପ୍ରକ୍ରିୟା କରଣ କେନ୍ଦ୍ର ଏବଂ ଅଣୁ ବର୍ଯ୍ୟବସ୍ତୁ ପୁନଃରୁଦ୍ଧାର ପ୍ରକ୍ରିୟା କରଣ କେନ୍ଦ୍ରର ପରିସରରେ ଜମା ହୋଇଥିବା ବିପୁଳ ପରିମାଣର ବର୍ଜ୍ୟବସ୍ତୁରେ କୌଣସି କାରଣରୁ ନିଆଁ ଲାଗି ସେଗୁଡିକ ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସେମାନେ ଏ ସମ୍ପର୍କରେ ଏହି ପ୍ଲାଣ୍ଟର ପରିଚାଳନା ଏବଂ ତଦାରଖ ଦାୟିତ୍ୱରେ ଥିବା ସ୍ଵଛ ପରିମଳ ବେଶେଷଜ୍ଞ ସନ୍ତୋଷ ଖେମୁଡୁ, ଆର ଆଇ ସାଧୁ ଚରଣ ମହାନ୍ତି ଏବଂ ଅନ୍ୟ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ଏହି ପ୍ଲାଣ୍ଟର କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ଜଣାଇବା ପରେ କୋରୁକୋଣ୍ଡାରୁ ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ଜୁଲିୟସ ଲୋଗନଙ୍କ ନେତୃତ୍ୱରେ ଭଗବାନ ଭୂୟାଁ, ଆଜିତଭ ପ୍ରଧାନ, ଧନସିଂ ଭତ୍ରା, ଆଶିଷ ବାଘ ଏବଂ ଅନ୍ୟ କର୍ମଚାରୀମାନେ ଉକ୍ତ ପ୍ଲାଣ୍ଟରେ ପହଁଞ୍ଚି ଦୀର୍ଘ ଘଣ୍ଟା ସଂଘର୍ଷ କରିବା ପରେ ସେଠାରେ ଲାଗିଥିବା ନିଁଆକୁ ଲିଭାଇବାରେ ସକ୍ଷମ ହୋଇଥିଲେ। ଉକ୍ତ ପ୍ଲାଣ୍ଟ ଭିତରେ ଜମା ହୋଇଥିବା ବର୍ଜ୍ୟବସ୍ତୁରେ ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।ଏହି ପ୍ଲାଣ୍ଟ ପରିସରରେ ଅଣୁ ଜୈବ ସାର (ଖତ )ପ୍ରସ୍ତୁତ ପାଇଁ ଏବଂ ଅଣୁ ବର୍ଜ୍ୟବସ୍ତୁ ପୁନଃରୁଦ୍ଧାର ପ୍ରକ୍ରିୟାକରଣ ପାଇଁ ପାଇଁ ସ୍ଵଛକର୍ମୀ ଏବଂ ସ୍ଵଛ ସାଥିଙ୍କ ଦ୍ୱାରା ବାଲିମେଳା ସହରର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ବହୁଳ ପରିମାଣର ବର୍ଯ୍ୟବସ୍ତୁ ଗୁଡିକୁ ଗଛିତ ରଖା ଯାଇଥିଲା। ଏହି ନିଆଁ ଲାଗିବା ଯୋଗୁ ବହୁ ପରିମାଣର ବର୍ଜ୍ୟବସ୍ତୁ
ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ଏହି ପ୍ଲାଣ୍ଟର ପରିଚାଳନା ଏବଂ ଏହାର ତଦାରଖ ଦାୟିତ୍ୱରେ ଥିବା ସ୍ଵଛ ପରିମଳ ବିଶେଷଜ୍ଞ, ଜଣେ ପ୍ଲାଣ୍ଟ ମ୍ୟାନେଜର ଏବଂ ୧୭ ଜଣ ସ୍ଵଛକର୍ମୀ ଏବଂ ୫ଜଣ ସ୍ଵଛ ସାଥି କାର୍ଯ୍ୟ କରୁଥିବା ବେଳେ ଏହି ପ୍ଲାଣ୍ଟ ପରିସରରେ ଥିବା ବର୍ଜ୍ୟବସ୍ତୁରେ ନିଆଁ କିପରି ଲାଗିଲା ଏହାର ଉତ୍ତର ସେମମାନଙ୍କର ପାଖରେ କିମ୍ବା ଏନଏସି କତୃପକ୍ଷ ପାଖରେ ନାହିଁ। ମୁଖ୍ୟତଃ ଏହି ପ୍ଲାଣ୍ଟ ଭିତରେ ନିଆଁ କିପରି ଲାଗିଲା ଏବଂ ଏ ସମ୍ପର୍କରେ ପ୍ଲାଣ୍ଟ କତୃପକ୍ଷ କିପରି ଜାଣି ପାରିଲେନି ଏହାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଏହି ପ୍ଲାଣ୍ଟରେ ବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯାଇନାହିଁ କିମ୍ବା ଏହି ପ୍ଲାଣ୍ଟର ସୁରକ୍ଷା ପାଇଁ କୌଣସି ୱାଚମେନଙ୍କୁ ମଧ୍ୟ୍ୟ ବିଭାଗ ପକ୍ଷରୁ ନିୟୋଜିତ କରାଯାନାହିଁ। ବିଭାଗୀୟ କତୃପକ୍ଷଙ୍କ ଦାୟିତ୍ୱ ଶୂନ୍ୟତା ଯୋଗୁ ଏପରି ଘଟଣା ଘଟିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବିଭାଗ ପକ୍ଷରୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବୀ କରିଛନ୍ତି।ଏ ସମ୍ପର୍କରେ ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ପ୍ଲାଣ୍ଟ ପରିସରରେ ନିଆଁ ଲାଗିଥିବା ଘଟଣାକୁ ସେ ସ୍ୱୀକାର କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment