BREAKING
Loading...
:

ପୂର୍ବ ଭାରତର ଓଡିଶା ରାଜ୍ୟ ର ଝାରସୁଗୁଡା ର ମଙ୍ଗଳ ବଜ଼ାର ର ସ୍ପୋର୍ଟ୍ସ କମ କଂପ୍ଲେକ୍ସ ଅଡିଟରିମ ଠାରେ ଅସ୍ମିତା ଖେଲୋ ଇଣ୍ଡିଆ ପେନଚାକ ସିଲଟ (ଇଷ୍ଟ ଜୋନ )ପ୍ରତିଯୋଗିତା ହୋଇଥିଲା

 



ପୂର୍ବ ଭାରତର ଓଡିଶା ରାଜ୍ୟ ର ଝାରସୁଗୁଡା ର ମଙ୍ଗଳ ବଜ଼ାର ର ସ୍ପୋର୍ଟ୍ସ କମ କଂପ୍ଲେକ୍ସ ଅଡିଟରିମ ଠାରେ ଅସ୍ମିତା ଖେଲୋ ଇଣ୍ଡିଆ ପେନଚାକ ସିଲଟ (ଇଷ୍ଟ ଜୋନ )ପ୍ରତିଯୋଗିତା ହୋଇଥିଲା। ଗତ 07/03/26 ଓ 08/03/26 ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଖେଳରେ ବ୍ରହ୍ମପୁରରୁ ସାତ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଜୁନିଅର ବର୍ଗ ରେ ଅର୍ପିତା ଗୌଡ଼ ସ୍ବର୍ଣ୍ଣ ପଦକ, ଆଦର୍ଶ ପବ୍ଲିକ ସ୍କୁଲ (ବାଲିପଡ଼ା)ରୁ ସବ ଜୁନିଅର ବର୍ଗ ରେ ସ୍ଵାଗତିକା ସ୍ୱାଇଁ ରୋପ୍ୟ ପଦକ ଏବଂ ସିନିଅର ବର୍ଗ ରେ ଚିନ୍ମୟୀ ମିଶ୍ର ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ଷ୍ଟେସନ ପରିସରରେ ତାଙ୍କୁ ଵିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗଞ୍ଜାମ ପେନଚାକ ସିଲଟ ଆସୋସିଏସନର ସଭାପତି ରବି କୁମାର ସାହୁ, ଉପସଭାପତି ଭୁଗୁରାମ ପଣ୍ଡା, ଟେକ୍ନିକାଲ ଡିରେକଟର ସ୍ନେହାଂଶୁ ବିଷୋୟୀ, ସାଧାରଣ ସମ୍ପାଦକ ଶ୍ରୀଧର ସାହୁ(କୋଚ), ରିଧ୍ୱୀକା ଗ୍ରୁପ ଅଫ ଏକାଡେମୀର ସଦସ୍ୟ ରୁପା, ରଶ୍ମି, ରୋଜି ଏବଂ ବଳରାମ ଗୌଡ଼, ଟୁଁଗୁରୁ ବିଷୋୟୀ ପୁଷ୍ପାଗୁଚ୍ଛା ଓ ଉପଢୌକନ ଦେଇ ଶୁବେଛା ଜଣାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS