BREAKING
Loading...
:

ସ୍ବଚ୍ଛତା ଅଭିଯାନ କେବଳ ଫଟୋ ସୁଟ୍ ନୁହେଁ, ଏହାକୁ ପାଳନ କରିବା ଆବଶ୍ୟକତା ଅଛି

 ସ୍ବଚ୍ଛତା ଅଭିଯାନ କେବଳ ଫଟୋ ସୁଟ୍ ନୁହେଁ, ଏହାକୁ ପାଳନ କରିବା ଆବଶ୍ୟକତା ଅଛି



ନୂଆପଡାଜିଲ୍ଲା ସିନାପାଲି ସ୍ବଚ୍ଛତା ଅଭିଯାନ ମାଧ୍ଯମରେ ସରକାର ପ୍ରଶାସନିକ ଅଧିକାରୀଙ୍କଜରିଆରେ ଲୋକମାନଙ୍କୁ ବାରମ୍ବାର ସଚେତନ କରି ଆସୁଛନ୍ତି, ପରିବେଶ କୁ ସଫାସୁତୁରା ରଖନ୍ତୁ ଏବଂ ରୋଗ ଦାଉରୁ ରକ୍ଷା ପାଆନ୍ତୁ। ଜନସାଧାରଣଙ୍କ ସୁସ୍ଥ ଜୀବନଯାପନ ଓ ପରିଷ୍କାର ବାତାବରଣ ପାଇଁ ସରକାର ବିଭିନ୍ନ ଯୋଜନା ଏବଂ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତାର କିଛି ସୁଫଳ ମିଳୁନି । ଅମାନିଆ ଲୋକ ସ୍ବଚ୍ଛତା ଅଭିଯାନ କୁ ଖାତିର ନ କରି ରାସ୍ତା କଡରେ ମଳତ୍ୟାଗ କରୁଛନ୍ତି, ଘର ଅଳିଆ ଆବର୍ଜନାକୁ ରାସ୍ତା କଡ଼ରେ ଏବଂ ନିଜ ଘରପାଖ ଡ୍ରେନ୍ ରେ ଫୋପାଡୁଛନ୍ତି । ଲୋକେ ସ୍କୁଲ କଲେଜ ପାଖରେ ମଧ୍ଯ ଅପରିଷ୍କାର କରିବା ପାଇଁ ପଛଉ ନାହାଁନ୍ତି । ନେତା, ଜନତା ଓ ପ୍ରଶାସନ କିଛିକ୍ଷଣ ଜୋସରେ ଆସି ସ୍ବଚ୍ଛତା ନାରେ କେବଳ ଫଟୋ ସୁଟ କରି ପରବର୍ଷି ସମୟ ରେ ସ୍ବଚ୍ଛତା ଅଭିଯାନ କୁ ଭୁଲି ଯାଉଛନ୍ତି । ଏହା ହେଉଛି ବିଡମ୍ବନାର ବିଷୟ। ରାସ୍ତାଘାଟ ପରିଷ୍କାର ହେବା ପରିବର୍ତ୍ତେ ଅପରିଷ୍କାର ହେବାକୁ ଲାଗୁଛି। ବିଭିନ୍ନ ଅଫିସ୍, ଡାକ୍ତର ଖାନା, ପାନ ଦୋକାନ ସମ୍ମୁଖ, ବସଷ୍ଟାଣ୍ଡ ଓ ରାସ୍ତାଘାଟରେ ପାନ-ଗୁଟୁଖାଛେପ ପଡ଼ି ଅପରିଷ୍କାର ଦିଶୁଛି, ଏଥିପ୍ରତି କାହାରି ଧ୍ୟାନ ନାହିଁ। ଏହି ପରିସ୍ଥିତିରେ ସ୍ବଚ୍ଛତା ଅଭିଯାନ ସଫଳ ହେଉଛି ବୋଲି ଆଦୌ କହି ହେବନାହିଁ। ଅମାନିଆ ଲୋକ ମାନେ ସ୍କୁଲ, କଲେଜ, ବସଷ୍ଟାଣ୍ଡ ଏବଂ ସାର୍ବଜନିନ ସ୍ଥାନ ମାନଙ୍କରେ ମଦ ବୋତଲ, ମଦଜଡ଼ି, ଗୁଟୁଖା ଜଡ଼ି ଫିଙ୍ଗୁଛନ୍ତି, ଏହା କଣ ମାନବିକତାର ପରିଚୟ ଆମେ ଜଦି ଆମ ଘର ପରିବେଶ କୁ ସଫାସୁତୁରା ଓ ସୁରକ୍ଷିତ ନ ରଖୂପାରିବା ତାହେଲେ ଆମେ ଅନ୍ୟକୁ ସୁସ୍ଥ ପରିବେଶ ବିଷୟରେ କି ବାର୍ତ୍ତା ଦେଇପାରିବା। ବର୍ତ୍ତମାନ ଦେଖାଣିଆ ସ୍ବଚ୍ଛତା ଅଭିଯାନ ବଦଳରେ ସତସତିକା ସ୍ବଚ୍ଛତା ଅଭିଯାନ ଆରମ୍ଭ କରିବା ଆବଶ୍ୟକତା ଅଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS