ଅଷ୍ଟମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବରପାଲି ବାଳିକା ହାଇସ୍କୁଲର ସଫଳତା
ସମ୍ବଲପୁର/ବରପାଲି:
ବରପାଲି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଥମ ବେlର୍ଡ ପରୀକ୍ଷାରେ ଅଷ୍ଟମ ଶ୍ରେଣୀର ୧୦୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୦୪ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତନ୍ମଧ୍ୟରୁ ଟପ୍ ଟେନ ପ୍ରଥମ ମଧ୍ୟରେ ଦଶଜଣ ଛାତ୍ରୀ ରହିଛନ୍ତି । ସେମାନେ ହେଲେ ପ୍ରଥମ ଜୟସ୍ମିତା ମେହେର, ଦ୍ୱିତୀୟ ରଶ୍ମିତା ସାହୁ, ତୃତୀୟ ମୀନା ମେହେର, ସକିନା ଜାଲ, ହିମାଙ୍ଗୀ ମେହେର, ଦମୟନ୍ତି ଲୁହା, ଦିଶିତା ଧାନୀ ସାହୁ , ପ୍ରୀତି ମେହେର, ଉର୍ମି ମେହେର ଓ ସୃତିମୟୀ କୁମ୍ଭାର ସଫଳତାର ପାହାଚ ଡେଇଁଛନ୍ତି । ଶ୍ରେଣୀ ଶିକ୍ଷୟତ୍ରୀ ସ୍ଵର୍ଣ୍ଣପ୍ରଭା ମେହେର, ସୁସ୍ମିତା ପୁରେ।ହିତ, ଧରିତ୍ରୀ ମେହେର , ମନେ।ଜ କୁମାର ବଢେଇ , ବିଭୁତି ମେହେର, ଜଗବନ୍ଧୁ ସାହୁ ଓ ପ୍ରଧାନଶିକ୍ଷକ ନାରାୟଣ ଭୁଏଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆମ ସଫଳତା ସମ୍ଭବ ହୋଇପାରିଛି ବେ।ଲି କୃତୀ ଛାତ୍ରୀମାନେ ପ୍ରକାଶ କରିଛନ୍ତି। ଏନେଇ ଆୟୋଜିତ ଏକ ବୈଠକରେ ପ୍ରଧାନଶିକ୍ଷକ ନାରାୟଣ ଭୁଏ ସମସ୍ତ କୃତୀ ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରି ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق