BREAKING
Loading...
:

ଘଣ୍ଟାପଡ଼ାରେ ବିଜେପିର ମହାଅଭିଯାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ଘଣ୍ଟାପଡ଼ାରେ ବିଜେପିର ମହାଅଭିଯାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ



ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ମହାଅଭିଯାନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ  ଜିଲ୍ଲା ପରିଷଦ ସଦସ୍ୟ ରାକେଶ କୁମାର ତ୍ରୀପାଠି, ପ୍ରଶିକ୍ଷକ ବକ୍ତା ଭାବେ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବିନ ମହାପାତ୍ର,ବିଜେପିନେତା  ଚିତ୍ତରଞ୍ଜନ ପାତ୍ର,ଗୋପାଳ ଚନ୍ଦ୍ର ପୁରୋହିତ,  ପିନାକଧର ରଣା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଜନତା ପାର୍ଟିର ପୃଷ୍ଠଭୂମୀ, ଇତିହାସ, କାର୍ଯ୍ୟପଦ୍ଧତ୍ତି, ଜନକଲ୍ୟାଣ କାର୍ଯ୍ୟକ୍ରମ, କ୍ରମବିକାଶ ଉପରେ ଆଲୋକପାତ କରିଥିଲେ। ସେହିପରି ସାନ୍ଧ୍ୟକାଳିନ ଶିବିରରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର ଓ ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ ଉପସ୍ଥିତ ରହି କର୍ମୀମାନଙ୍କ କର୍ତ୍ତବ୍ଯ, ଭୂମିକା ଓ ଅଖଣ୍ଡଭାରତରେ ଜନସେବା ଉପରେ ମନ୍ତବ୍ୟ ରଖିଥିଲେ।  ସକାଳ କାର୍ଯ୍ୟକ୍ରମରେ ଶାରୀରିକ ପ୍ରଶିକ୍ଷକ ଯାଦବ ପ୍ରସାଦ ସାହୁ କର୍ମୀମାନଙ୍କୁ ଯୋଗ, ପ୍ରାଣାୟମ ଉପରେ ପ୍ରଶିକ୍ଷଣ ଦେବାପରେ ଶିବିର ଉଦଯାପିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପିନାଥ କହଁର ଅଧ୍ଯକ୍ଷତା କରିଥିବା ସ୍ଥଳେ ତୀର୍ଥବାସୀ ରଣା ସଭା ପରିଚାଳନା ଓ କର୍ମୀ ଅମୂଲ୍ୟ ନାୟକ, ରାଜିବ ରଣା, ସୂର୍ଯ୍ୟ ଦେହୁରୀ, ଋଷି ରଣା, ସୁରେଶ ମହାପାତ୍ର, ରୋଶନ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶିବିରରେ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS