ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରଫେସର ଅଖିଳ କୁମାର ହୋତା
ଗଣିଆ ୦୩/୦୨(ମଣିଭଦ୍ରା ଖବର) ଗଣିଆରେ ଥିବା ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଫେସର ଅଖିଳ କୁମାର ହୋତା । ସେ ବିଦାୟୀ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟ ତରଫରୁ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଅଶୋକ କୁମାର ମିଶ୍ର,ଅଧ୍ୟାପିକା ଶର୍ମିଷ୍ଠା ଦାଶ,ରାକେଶ ବରାଡ, ଶ୍ରୀକାନ୍ତ କୁମାର ଷଡଙ୍ଗୀ, କ୍ଷୀରୋଦ କୁମାର ମହାପାତ୍ର,ବିନୟ କୁମାର ପରିଡ଼ାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ ବୋଲି ନୂତନ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ହୋତା ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଥିଲେ । ଗତ ୧୯.୦୨.୨୦୨୦ ମସିହା ଠାରୁ ନୂତନ ଅଧ୍ୟକ୍ଷ ଭାବେ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଦାୟିତ୍ବ ଦିଆଯାଇଥିଲା । ତେବେ ଏବେ ପୁଣିଥରେ ଶ୍ରୀ ହୋତା ପୁନର୍ବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ପରୀପ୍ରେକ୍ଷୀରେ ସେ ରାଜ୍ୟ ସରକାର, ମହାବିଦ୍ୟାଳୟର କର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment