BREAKING
Loading...
:

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଜଳିଗଲା ଦୋକାନ

 ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଜଳିଗଲା ଦୋକାନ



 ୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ 



ବାଲିମେଳା -:

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଇଲେକ୍ଟ୍ରି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ 

ଲାଗିବା ଯୋଗୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ମିଳିଥିବା ସୂଚନା ମୁତାବକ ଏହି ଦୋକାନଟିର ମାଲିକ ହୋଉଛନ୍ତି  ବାଲିମେଳା ସହରରେ ରହୁଥିବା ଈଶ୍ୱର ପାତ୍ର । ସେ ପ୍ରତ୍ୟେକ ଦିନ ରାତିରେ  ନିକ ଦୋକାନ ବନ୍ଦ କରି ଘରକୁ ଯିବା ସମୟରେ ଠାକୁରଙ୍କ ନିକଟରେ ଦୀପ ଟିଏ ଲଗାଇ ଘରକୁ  ଯାଇଥାନ୍ତି।ସବୁ ଦିନ ପରି ସେ ରାତିରେ ମଧ୍ୟ  ଦୋକାନ ବନ୍ଦ କରିବା ସମୟରରେ ଠାକୁରଙ୍କ ନିକଟରେ ଦୀପ ଟିଏ ଲଗାଇ ଘରକୁ ଫେରିଯାଥିଲେ। ସକାଳୁ ପଡ଼ୋଶୀ ଦୋକାନଟି ଜଳଖିଆ ଦୋକାନ ହୋଇଥିବାରୁ ଭୋର ସମୟରେ ଉକ୍ତ ଦୋକାନ ଖୋଲିବା ପାଇଁ କର୍ମଚାରୀ ମାନେ ଆସିଥିଲେ। ଉକ୍ତ ହୋଟେଲ ପାର୍ଶ୍ୱରେ ଥିବା ଈଶ୍ୱରଙ୍କ ଦୋକାନରୁ ପ୍ରବଳ ଧୂଆଁ ବାହାରୁ ଥିବାରୁ ଦେଖିବା ସଙ୍ଗେ ସଙ୍ଗେ ସେମାନେ ପ୍ରଥମେ ନିଜ ହୋଟେଲ ମାଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ତେବେ ହୋଟେଲ ମାଲିକ ତୁରନ୍ତ ଘଟଣା ସମ୍ପର୍କରେ ଇଲେକଟ୍ରିକ ଦୋକାନ ମଲିକ ଈଶ୍ୱରଙ୍କୁ ଜଣାଇଥିଲେ। ଖବର ପାଇ ଈଶ୍ୱର ସଙ୍ଗେ ସଙ୍ଗେ ନିଜ ଦୋକାନକୁ ଆସି ସଟର ଖୋଲି ଦେଖିଲା ବେଳକୁ ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡିଯାଇଥିଲା।ସ୍ଥାନୀୟ ଲୋକମାନଙ୍କ ସହାୟତାରେଦୋକାନରେ ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ କରାଯାଇଥିଲା।ଏହି ଅଗ୍ନିକାଣ୍ଡରେ ଉକ୍ତ ଦୋକାନରେ ଥିବା  ପ୍ରାୟ ୫ଲକ୍ଷ ଉର୍ଦ୍ଧ ଟଙ୍କାର ସାମଗ୍ରୀ ସମେତ ବହୁ ଆସବାବ ପାତ୍ର ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS