**ରୟଲ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ରୟଲ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲ୍ ରେ NKCC କ୍ରିକେଟ କ୍ଲୁବ ବିଜୟୀ **
ବ୍ରହ୍ମପୁର :-ସ୍ଥାନୀୟ ବ୍ରହ୍ମପୁର ମହାତ୍ମା ଗାନ୍ଧି ଷ୍ଟାଡିଏମ ଠାରେ ରୟଲ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ରୟଲ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲ୍ ରେ NKCC କ୍ରିକେଟ କ୍ଲୁବ ବନାମ ଗଞ୍ଜାମ ସୁପର କିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏନକେସିସି (NKCC ) ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ l ନିଦ୍ଧାରିତ ୨0 ଓଭର ମ୍ୟାଚ ବିଶିଷ୍ଟ ମେଚରେ ଏନକେସିସି ଦଳ ୯ ୱିକେଟ୍ ବିନିମୟରେ ୧୨୪ ରନ କରିଥିଲେ l ଦଳ ପକ୍ଷରୁ ଜଗ ମୋହନ ଗୌଡ଼ ୩୧ ବଲ ଖେଳି ୩୮ ରନ ଓ ସୁଶାନ୍ତ ବେହେରା ୨୩ ବଲ ଖେଳି ୨୯ ରନ କରିଥିଲେ l ଗଞ୍ଜାମ ସୁପର କିଙ୍ଗ ପକ୍ଷରୁ ବୋଲିଙ୍ଗରେ ବୁଲୁ ବେହେରା ୪ ଓଭର ପକାଇ ୧୪ ରନ ଦେଇ ୩ ଗୋଟି ୱିକେଟ୍ ଓ ଅନିଲ ରାଓ ୪ ଓଭର ପକାଇ ୧୮ ରନ ଦେଇ ୩ ଗୋଟି ୱିକେଟ୍ ଅକ୍ତିହାର କରିଥିଲେ l ଜବାବରେ ଗଞ୍ଜାମ ସୁପର କିଙ୍ଗ ୮ ୱିକେଟ୍ ବିନିମୟରେ ମାତ୍ର ୮୪ ରନ କରିବା ପାଇଁ ସକ୍ଷମ ହୋଇଥିଲେ l ଦଳ ପକ୍ଷରୁ ଜି.ନବୀନ ୩୨ ବଲ ଖେଳି ୨୫ ରନ କରିଥିଲେ l ଏନକେସିସି ଦଳ ପକ୍ଷରୁ ବୋଲିଙ୍ଗରେ ପ୍ରିତମ ପ୍ରଧାନ ୪ ଓଭର ପକାଇ ୧୪ ରନ ଦେଇ ୨ ଗୋଟି ୱିକେଟ୍ ଓ ଅଧିନାୟକ ମନୋଜ କୁମାର ପଣ୍ଡା ୨ ଓଭର ପକାଇ ୭ ରନ ଦେଇ ଗୋଟିଏ ୱିକେଟ୍ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଏନକେସିସି(NKCC) ଦଳ ବୃହତ ବ୍ୟବଧାନ ୪0 ରନରେ ବିଜୟୀ ଲାଭ କରିଲା l ଏହି ମ୍ୟାଚରେ ଜଗ ମୋହନକୁଙ୍କୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଗଲା l ମ୍ୟାଚରେ ଏମ୍ପାୟାର ଭାବେ ଡି.ରଜନୀକାନ୍ତ ରେଡି ଓ ସୁଶାନ୍ତ କୁମାର ପଣ୍ଡା ମ୍ୟାଚକୁ ପରିଚlଳନା କରିଥିବା ବେଳେ ସ୍କୋରର ଭାବେ ସତ୍ୟ ନାରାୟଣ ପରିଡା ଓ କମେଣ୍ଟ୍ରି ଭାବେ ଜଗନ୍ନାଥ ଚୌଧୁରୀ ସହ ଯୋଗ କରିଥିଲେ l ଦ୍ୱିତୀୟ ମ୍ୟାଚ ରୟଲ କ୍ରିକେଟ କ୍ଲୁବ ବନାମ ଖେଲାକ୍ସି କର୍ପୋରେଟ୍ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଲାକ୍ସି କର୍ପୋରେଟ୍ ଏକାଦଶ ୪ ରନରେ ବିଜୟୀ ଲାଭ କଲା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment