BREAKING
Loading...
:

ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

 ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ 




ଖୋର୍ଦ୍ଧା (ମଣିଭଦ୍ରା ଖବର) ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବିଡିଏ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ ଉତ୍ସବ ପାଳନ ଅବସରରେ ପୂର୍ବ ବର୍ଷ CBSE ସ୍କୁଲ୍ ଟପ୍ପର ଶୁଭଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍କୁଲ ନିର୍ଦ୍ଦେଶକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ  ବେଗୁନିଆ - ବୋଲଗଡର ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସମାଜ ରେ ଭଲ ମଣିଷ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ତତ୍ପର ହେବା ପାଇଁ ଉଦବୋଧନ ଦେଇଥିଲେ ।

ମଣିଭଦ୍ରା ଖବର, ଖୋର୍ଦ୍ଧା 

Post a Comment

Previous Post Next Post
Header ADS