ଗଣିଆ ବ୍ଳକ ସଭା ଗୃହରେ 'ବେଟି ବଚାଓ ବେଟି ପଢାଓ' କାର୍ଯ୍ୟକ୍ରମ
ଗଣିଆ ୨୨/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ସଭା ଗୃହରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଲବନେନ୍ଦୁ ମହାନ୍ତି,ସିଡିପିଓ ଉଷାରାଣୀ ସାହୁ,ଯୁବ ସ୍ବେଛାସେବୀ ଶୁଭାଶିଷ ମିଶ୍ର,ସୁପରଭାଇଜର କଳ୍ପନା ମିଶ୍ର, ଲୋକପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟି,ବାଲ୍ୟ ବିବାହ ନିଷେଧ ଟାସ୍କ ଫୋର୍ସ କମିଟି ଉପସ୍ଥିତ ଥିଲେ । ବାଲ୍ୟ ବିବାହ ନିରାକରଣ,ଶିଶୁ ନିର୍ଯ୍ୟାତନା, ଶିଶୁ ଚାଲାଣ ରୋକିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୁଅ ମାନଙ୍କ ପରି ଝିଅ ମାନଙ୍କୁ ସବୁଥିରେ ସାମିଲ କରିବା ସହିତ ଆଗକୁ ବଢ଼ିବାକୁ ପ୍ରରଣା ଯୋଗାଇବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଝିଅ ମାନଙ୍କୁ ଘର କୋଣରେ ନରଖି ପାଠ ପଢାଇ ଉଚ୍ଚ ଶିକ୍ଷିତା କରିବା ନିହାତି ଆବଶ୍ୟକ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ମା' ମାନେ ଯତ୍ନବାନ ହେବା ଦରକାର ବୋଲି ଜଣାଇଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment