କଳାପଥର କପ କ୍ରିକେଟ, ସତ୍ୟଭାମା ସ୍ମାରକୀ ଟୁର୍ନାମେଣ୍ଟ:ସେମିଫାଇନାଲରେ ଖୋର୍ଦ୍ଧାର ଭାଲିଆବାଡି
ବାଙ୍କୀ (ମାନସ ରଞ୍ଜନ ସାହୁ): ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଳାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିବସ ମ୍ୟାଚରେ ବାଙ୍କୀକୁ 8 ଓ୍ଵିକେଟରେହରାଇ ଭାଲିଆବାଡ଼ି ସେମିଫାଇନାଲରେ ପ୍ରବେଶ କରିଛି. ପ୍ରଥମେ ବ୍ୟାଟିଂ କରି ବାଙ୍କୀ 16.4ଓଭରରେ ସମସ୍ତ ଓ୍ଵିକେଟ ହରାଇ 95 ରନ ସଂଗ୍ରହ କରିଥିଲା. ଦଳ ପକ୍ଷରୁ ବାବୁଲା ଦଳେଇ ସର୍ବାଧିକ 17 ରନ (21 ବଲ୍) ସଂଗ୍ରହ କରିଥିଲେ. ଭାଲିଆବାଡ଼ି ଦଳର ଗୁଡ଼ୁ ମହାରଣା ସର୍ବାଧିକ 4ଟି ସଫଳତା ପାଇଥିଲେ. ଏହାର ଜବାବରେ ଭାଲିଆବାଡ଼ି ଦଳ 9.2 ଓଭରରେ 2 ଓ୍ଵିକେଟ ହରାଇ ଆବଶ୍ୟକ 96ରନ ସଂଗ୍ରହ କରି ବିଜୟଲାଭ କରିଥିଲା. ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ବଡ଼ଜେନା ସର୍ବାଧିକ39ରନ (25ବଲ୍) କରିଥିଲେ ।
ଗୁଡ଼ୁ ମହାରଣା ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ. ଆଜିର ମ୍ୟାଚ କୁ ଚିତ୍ତରଞ୍ଜନ ପଣ୍ଡା ଏବଂ ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲା ବେଳେ ସନ୍ତୋଷ କୁମାର ସାମଲ ଘୋଷକ ଏବଂ ପାର୍ଥବୀର ରାୟଗୁରୁ ଓ ବିଜୟ ସାହୁ ସ୍କୋରର୍ ଥିଲେ . କଳାପଥର ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ମ୍ୟାଚର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ..ଆସନ୍ତା କାଲି ଚତୁର୍ଥ କ୍ୱାର୍ଟରଫାଇନାଲ ମ୍ୟାଚରେ ତମାଣ୍ଡୋ ଏବଂ ଆୟୋଜକ ଜୀବନ ଜ୍ୟୋତି କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ




إرسال تعليق