BREAKING
Loading...
:

ବୈଦ୍ୟେଶ୍ୱର ଥାନା ଅଞ୍ଚଳରେ ପୁଣୀ କୁଖ୍ୟାତ ଚୋର ପର୍ଶୁରାମପୁର, କେନ୍ଦୁପଲ୍ଲୀରେ 5ଘରୁ ସିରିଜ ଚୋରୀ

 ବୈଦ୍ୟେଶ୍ୱର ଥାନା ଅଞ୍ଚଳରେ ପୁଣୀ କୁଖ୍ୟାତ ଚୋର ପର୍ଶୁରାମପୁର, କେନ୍ଦୁପଲ୍ଲୀରେ 5ଘରୁ ସିରିଜ ଚୋରୀ




ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ବୈଦ୍ୟେଶ୍ୱର ଥାନା ଅଞ୍ଚଳରେ କିଛି ଦିନର ବ୍ୟବଧାନ ପରେପୁଣୀ ମାତିଲେଣି କୁଖ୍ୟାତ ଗ୍ୟାଙ୍ଗ ଚୋର. ଗତ ରାତ୍ରିରେ କଳାପଥର ପଂଚାୟତ ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମରେ 50ତମ ଧନ ଲକ୍ଷ୍ମୀ ମହୋତ୍ସବ ପାଳନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା. ଗ୍ରାମର ପ୍ରଫୁଲ ବେହେରା, ରମେଶ ସ୍ୱାଇଁ ଙ୍କ ସପରିବାର ମହୋତ୍ସବ ଦେଖିବାକୁ ଯାଇଥିଲେ. ମଧ୍ୟ ରାତ୍ରିରେ ଘରକୁ ଫେରି ଦେଖିବାକୁ ପାଇଲେ ବାରିପଟ କବାଟ ଖୋଲା ହୋଇଛି ଏବଂ ଘର କବାଟ ର କବିଜା ଏବଂ ଆଲମିରା ଭଙ୍ଗାଜଇ ସୁନା ଅଳଙ୍କାର ସହ ଟଙ୍କା ଚୋରୀ ହୋଇଛି.

ସେହିପରି କେନ୍ଦୁପଲ୍ଲୀ ଗ୍ରାମର ତାଳସାହିର ପ୍ରଫୁଲ ସାହୁ ମଣି ସାହୁ ଏବଂ ଦୁର୍ଯ୍ୟୋଧନ ସାହୁ ଙ୍କ ଘରର କବାଟ ଓ ଝରକା ତାଡି କୁଖ୍ୟାତ ଚୋର ମାନେ ଲକ୍ଷାଧିକ ସୁନା ଗହଣା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି. ଚୋରୀ ହୋଇଥିବା ଘରର ଲୋକମାନେ ଭୁବନେଶ୍ୱର, ପାରାଦ୍ୱୀପ ଏବଂ କଟକ ରେ ରହି ବ୍ୟବସାୟ କରି ଚଳୁଥିବା ବେଳେ ମାଣବସା ପାଈଁ ଗାଁକୁ ଆସି ଶୁକ୍ରବାର ଚାଲି ଯାଇଥିଲେ. ଚୋର ମାନେ  ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରି ଲୁଟ କରୁଥିବା ପଡୋଶୀ ଅଭିଯୋଗ କରୁଛନ୍ତି. ବୈଦ୍ୟେଶ୍ୱର ଥାନା ତରଫରୁ ତଦନ୍ତ ଚାଲିଥବା ବେଳେ ଅଞ୍ଚଳରେବାରମ୍ବାର ଚୋରୀକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି. ସେପଟେ ଥାନା ପରିସୀମା ବଡ଼ ହୋଇଥିବା ରୁ କର୍ମଚାରୀ ଅଭାବରୁ ରାତ୍ରି ପେଟ୍ରୋଲିଙ୍ଗ ଠିକରେ ହୋଇ ପାରୁନାହଁ. ଲୋକାଭିମୁଖୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିପ୍ରତି ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଅନୁରୋଧ କରିଛନ୍ତି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS