BREAKING
Loading...
:

ଉପକୂଳ ଗଞ୍ଜାମରେ ପୁଣିଦାଦନ ଦୁଃଖ

 ଉପକୂଳ ଗଞ୍ଜାମରେ ପୁଣିଦାଦନ ଦୁଃଖ 



ଚିକିଟି :ଉପକୂଳବର୍ତ୍ତୀ ସୋରଳ ଗ୍ରାମର ପଦ୍ମନାଭ ବେହେରା( 50)ଚେନ୍ନାଇରେ ମୃତ୍ୟୁ 

ବୃହତ୍ତମଗ୍ରାମ ସୋରଳ ଗ୍ରାମପଞ୍ଚାୟତର 70%ଲୋକ ଦାଦନ ଖଟିବାପାଇଁ ଚେନ୍ନାଇର ବିଭିନ୍ନ ବେସରକାରୀ କମ୍ପାନୀରେ କାର୍ଯ୍ୟକରୁଛନ୍ତି, ଅନେକ ସମୟରେ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଏହି ଅଞ୍ଚଳବାସୀଙ୍କ ଭାଗ୍ୟରେ ଲେଖା, କାରଣ ଏଠାରେ ପେଟ ଚାଖଣ୍ଡକ ଚଳିବା ପାଇଁ ପଞ୍ଚାୟତତରଫରୁ କୌଣସି ସୁବିଧାସୁଯୋଗ ନାହିଁ, ତେଣୁ ସୋରଳଅଞ୍ଚଳର ଲୋକମାନେ ଚେନ୍ନାଇରେ ଅଧିକ ଦି"ପଇସା ରୋଜଗାର କରିବା ଆଶାରେ ଦିନମଜୁରିଆ ଭାବେ କାମକରିବା ପାଇଁ ଚେନାଇ ଯାଇଥାନ୍ତି,   ସେହିପରି କାମଅନ୍ବେଷଣରେ ସୋରଳ ଗ୍ରାମ ପଦ୍ମନାଭ ବେହେରା 50ଚେନ୍ନାଇର ଏମ ଆର ନଗର ଅଞ୍ଚଳର ଏକ କେଣ୍ଟିନର ଟ୍ରାନ୍ସପୋର୍ଟ କମ୍ପାନୀରେ SIS ସେକୁରିଟି ଭାବେ କାମ କରୁଥିବା ବେଳେ  ଦିନ ଦ୍ବିପହରେ ହଠାତମୁଣ୍ଡ ବୁଲାଇ ତଳେ ପଡ଼ି ମୃତ୍ୟୁ ହୋଇଥିବା ନେଇ ତାଙ୍କପରିବାରକୁ ସୂଚନା ଦେଇଥିଲା କମ୍ପାନୀ, ଚେନ୍ନାଇ ରେ ଶବବ୍ୟବଛେଦ କରାଯାଇ, ନିଜ ଗାଁ ସୋରଳ ଅଣାଯାଇ ଆଜି ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାରକରାଯାଇଛି,ଅଞ୍ଚଳର ଦାଦନ ଦୁଃଖ/ମୃତ୍ୟୁ କେବେ ଦୂରହେବ ତାହା ବୋଲି ବୁଦ୍ଧିଜୀବୀମହଲରେ ଆଶଙ୍କା ଦେଖାଦେଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS