BREAKING
Loading...
:

ପ୍ରକାଶ ପାଇଲା ୩ୟ ଏବଂ ୫ମ ଶ୍ରେଣୀ ମେଧାବୃତ୍ତି ତାଲିକା

 ପ୍ରକାଶ ପାଇଲା ୩ୟ  ଏବଂ ୫ମ ଶ୍ରେଣୀ ମେଧାବୃତ୍ତି ତାଲିକା 

ଗଣିଆ ୨୬/୧୨(ମଣିଭଦ୍ରା ଖବର) ୩ୟ ଶ୍ରେଣୀ ଏବଂ ୫ମ ଶ୍ରେଣୀ ମେଧାବୃତ୍ତି ଓ ଗରୀବ ମେଧାବୃତ୍ତି ତାଲିକା ଶୁକ୍ରବାର ପ୍ରକାଶ ପାଇଛି । ୩ୟ ଶ୍ରେଣୀରେ ୧୪ ଜଣ ଏବଂ ୫ମ ଶ୍ରେଣୀରେ ୧୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଆସନ୍ତା ଜାନୁୟାରୀ ୭ ତାରିଖ ମଧ୍ୟରେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଅବସରରେ ୩ୟ ଶ୍ରେଣୀରେ କିଶୋର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ,ପାଣ୍ଡରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨ ଜଣ,ଇନ୍ଦିପଟା ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଜଣେ,ଓ୍ବାଲିପୁର ପ୍ରାଥମିକ ବିଦ୍ୟାଳୟରୁ ଜଣେ, ବିଜୟନଗର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ମାଳତିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ବେଲପଡା ପ୍ରାଥମିକ ବିଦ୍ୟାଳୟରୁ ଜଣେ, କୃଷ୍ଣପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଛାତ୍ର ମନୋନୀତ ହୋଇଥିବା ବେଳେ ୫ମ ଶ୍ରେଣୀ ପାଇଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଦୁଇ ଜଣ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଜଣେ,ପାଣ୍ଡରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ମାଳତିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ରାଉତପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ଇଶ୍ବରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ, ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରୁ ଜଣେ,ଇନ୍ଦିପଟା ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ, କିଶୋର ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ, ଆଡକଟା ପ୍ରାଥମିକ ବିଦ୍ୟାଳୟରୁ ଜଣେ,ପତୁରିଆ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଏବଂ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରୁ ଜଣେ ମନୋନୀତ ହୋଇଥିବା ଜଣାପଡିଛି । ମନୋନୀତ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS