BREAKING
Loading...
:

ମା' ରମା ଦେବୀ, ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ଶହୀଦ ଖୁଦିରାମ ବୋଷଙ୍କ ମିଳିତ ଜୟନ୍ତୀ ପାଳିତ

 ମା' ରମା ଦେବୀ, ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ଶହୀଦ ଖୁଦିରାମ ବୋଷଙ୍କ ମିଳିତ ଜୟନ୍ତୀ ପାଳିତ



ସମ୍ବଲପୁର:


ସମଗ୍ର ଦେଶରେ ଜଣେ ଅଗ୍ରଣୀ ନାରୀ ସ୍ଵାଧୀନତା ସଂଗ୍ରାମୀ ମାଆ ରମାଦେବୀଙ୍କ ୧୨୫ ତମ ଶତାବ୍ଦୀ ଜୟନ୍ତୀ ସମାରୋହ ର ଉଦ୍‌ଯାପନ, ଦେଶର ପ୍ରଥମ ରାଷ୍ଟ୍ରପତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଡ଼ ରାଜେନ୍ଦ୍ର ପ୍ରସାଦ ଓ ଦେଶ ପାଇଁ ଫାଶୀ ପାଇଥିବା କନିଷ୍ଠ ଶହୀଦ ଖୁଦିରାମ ବୋଷ ତ୍ରୟଙ୍କ ମିଳିତ ଜୟନ୍ତୀ ଉତ୍ସବ କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ  ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ,ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର  କିସାନ ସମ୍ମାନିତ ଅତିଥି ,କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଯୁବକବି ଧନୁର୍ଜୟ ମାଝୀ ମୁଖ୍ୟବକ୍ତା ଓ କବି ବନମାଳୀ ଶେଖର ନାମ ଦେଓ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ଅତିଥି ଓ ବକ୍ତାଗଣ ତିନି ଜଣଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେମାନେ ତାଙ୍କ ବକ୍ତବ୍ୟରେ ରମାଦେବୀଙ୍କ ତ୍ୟାଗର ପଟାନ୍ତର ନାହିଁ ଓ ସ୍କୁଲ ବାରଣ୍ଡା ମାଡ଼ି ନ ଥିଲେ ବି 'ଜୀବନର ପଥେ' ଆତ୍ମ ଜୀବନୀ ଲେଖି ରମାଦେବୀ ଜଣେ ସୁଲେଖିକା ହୋଇ ପାରିଥିଲେ ବୋଲି କହିଥିଲେ । ସମ୍ବିଧାନ ନିର୍ମାଣରେ ଡ଼. ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନ ଉପରେ ଆଲୋଚନା କରା ଯାଇଥିବା ବେଳେ ଖୁଦିରାମ ବୋଷଙ୍କ ଦେଶ ପ୍ରେମର ପଟାନ୍ତର ନାହିଁ ବୋଲି ବକ୍ତା ଗଣ କହିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ସଲିନା ପଟେଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ପଲ୍ଲବୀ ତାଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ  ଅଧ୍ୟାପିକା ତନୁଶ୍ରୀ ଶେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS