ଓଡିଆ ହସ୍ତତନ୍ତ ଶାଢୀ ପିନ୍ଧିବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ମାଧୁରୀ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି। ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସେ କହିଛନ୍ତି ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ରେ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି। ଓଡିଶା ହସ୍ତତନ୍ତର ଚାହିଦାକୁ ଆନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ମାଧୁରୀଙ୍କୁ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ଯାହାଦ୍ଵାରା ଓଡିଶା ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق