BREAKING
Loading...
:

ଦିଲ୍ଲୀରେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସ୍ୱାଗତ

 ଦିଲ୍ଲୀରେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସ୍ୱାଗତ 



ସମ୍ବଲପୁର-:



ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖା ରାଜ୍ୟ ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ସମ୍ବଲପୁର ଜିଲ୍ଲା ସମେତ ଓଡ଼ିଶାର ଅନେକ ପ୍ରତିଭାଙ୍କୁ ଦିଲ୍ଲୀଠାରେ ରାଷ୍ଟ୍ରୀୟ ସମ୍ମିଳନୀରେ ପାଇଥିବା ରାଷ୍ଟ୍ରୀୟ ସମ୍ମାନ ନିମନ୍ତେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଶିବଶଙ୍କର ପଧାନଙ୍କ ସଂଯୋଜନାରେ ମୁଖ୍ୟଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥି ଗୋପାଳ ପଧାନ, ରାଷ୍ଟ୍ରୀୟ ସମ୍ପାଦକ ଆଇନଜୀବୀ ଦୀପକ ରଞ୍ଜନ ବାଗଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରାପ୍ତ ଡ.ସୁଶିଲ କୁମାର ବେହେରା,  ଅଶ୍ଵିନୀ ମେହେର, ଗଦାଧର ନିହାଲ, ବିପ୍ରଚରଣ ଜୟପୁରିଆ, ମୂରଲୀଧର ନାୟକ, ଅମିନ ମହାନନ୍ଦ, ନୁରି ପାଣିଗ୍ରାହୀ, ଜେନାବ ଖାନ୍, ଘନଶ୍ୟାମ ନାଗ, ଧର୍ମେନ୍ଦ୍ର ନାଗ, ସଫେଦ ବାରିକ, ବିକ୍ରମ ସାହୁ, ଯଶୋବନ୍ତି ନିଆଲ,  କୃଷ୍ଣଚନ୍ଦ୍ର ସିନ୍ଦିରିଆ, ପିଙ୍କି ଲୁହା ଓ ଜଗନ୍ନାଥ କୁମ୍ଭାର ପ୍ରମୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାବାସାହେବ ଆମ୍ବେଦକର, ମହାତ୍ମା ଜ୍ୟୋତିବା ରାଓ ଫୁଲେ, ଭଗବାନ ଗୌତମ ବୁଦ୍ଧ, ସନ୍ଥ କବି ଭୀମ ଭୋଇ, ବିର୍ସା ମୁଣ୍ଡା ଓ ସାବିତ୍ରୀ ବାଈ ଫୁଲେମାଙ୍କ ସମ୍ମାନ ପାଇଥିବାରୁ ପୁରସ୍କୃତ ପ୍ରତିଭାମାନଙ୍କୁ ସେମାନଙ୍କର ଆଦର୍ଶକୁ ଆପଣେଇ ସର୍ବଜନ ହିତାୟ କାର୍ଯ୍ୟ କରିବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଅତିଥି ସ୍ଵାଗତ ପରେ ପରେ ଆର୍ତ୍ତବନ୍ଧୁ ଚାନ୍ଦ, ମିନାକ୍ଷୀ ରାଉତ,  ଶିବପ୍ରିୟା ସାହୁ, ଜମୁନା ଶିକା ପ୍ରମୁଖ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS