ରାଜ୍ୟ ସ୍ତରୀୟ ସାମ୍ବାଦିକତା କର୍ମଶାଳା
ଭୁବନେଶ୍ଵର :
ଭୁବନେଶ୍ଵର ଲୋହିଆ ଏକାଡେମୀ ଠାରେ ଜାତୀୟ ସମ୍ବାଦପତ୍ର ସମ୍ପାଦକ ସଂଘ, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ତଥା କାଳାନ୍ତର ଖବର କାଗଜର ସମ୍ପାଦକ ସୌ୍ମ୍ୟକାନ୍ତ ସାମନ୍ତରାୟ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ଆଇ ଆଇ.ଏମ୍. ସି ଢେଙ୍କାନାଳ ର ପ୍ରଫେସର ମୃଣାଳ ଚାଟାର୍ଜୀ ଉଦଘାଟନ ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଓଡ଼ିଆ ଭାଷା ଓ ସାମ୍ୱାଦିକତା ଉପରେ ଅନେକତଥ୍ୟ ଓ ତାର ସାମଜଷ୍ୟ ଉପରେ ବ୍ୟକ୍ତବ ରେ କହିଥିଲେ। ବିଶିଷ୍ଟ ସୁ ସଂଗଠକ ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକତା ଉପରେ ଅନେକ ଅଭିଭାଷଣରେ ମତ ରଖିଥିଲେ। ନିଷ୍ଟ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଡ଼କ୍ଟର ପ୍ରଜ୍ଞା ପାରମିତା ପାଢ଼ୀ, ବରିଷ୍ଠ ସାମ୍ୱାଦିକ ରବି ଦାସ, ନବୀନ ଖବର କାଗଜର ସମ୍ପାଦକ ରବି ରଥ, ସୂ ଲେଖିକା ଶ୍ରୀମତୀ ମଞ୍ଜୁଳା ପ୍ରଧାନ ବରେଣ୍ୟ ଅତିଥି ଭାବେ ଯୋଗଦେଇସାମ୍ବାଦିକତା ଉପରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ଦାଶ ସ୍ଵାଗତ ଭାଷଣ ଦେଇଥିଲେ।କର୍ମଶାଳାରେ ଯୋଗଦେଇଥିବା ସାମ୍ୱାଦିକ ମାନଙ୍କୁ ସମ୍ମାନ ପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ସାମ୍ବାଦିକା ଅନିଲା ସାମନ୍ତରାୟ ଧନ୍ୟବାଦ୍ ଦେଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment