BREAKING
Loading...
:

ନବଦୋୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ରଣହୁଙ୍କାର l

 ନବଦୋୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ରଣହୁଙ୍କାର l

 



କୋରାପୁଟ ଲାଣ୍ଡିଗୁଡା ସ୍ଥିତ ନବଦୋୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ରେ ଶିକ୍ଷା ଦାନ କରୁଥିବା ଶିକ୍ଷକ ଙ୍କ ବିରୁଦ୍ଧରେ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ ତାହା ବି ପାଞ୍ଚ କିମି ଦୂର ପାଦ ରେ ଚାଲି ଚାଲି  ଏପରିକି ଖବର ପାଇ ଜିଲ୍ଲା ପ୍ରଶାସନ ର ପ୍ରଶାସନିକ ଅଧିକାରୀ ଛାତ୍ର ଛାତ୍ରୀ ଙ୍କୁ ବୁଝେଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଫଳ ସ୍ୱରାପ ପିଲାମାନେ ଚାଲି ଚାଲି ଆସିଥିଲେ ଜିଲ୍ଲା ପାଳ ଙ୍କ ଅଫିସ କୁ ଆଉ ଜିଲ୍ଲା ପାଳ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲା ପାଳ ଙ୍କୁ ସମସ୍ତ ବିଷୟ ଜଣାଇଥିଲେ l ପିଲା ଙ୍କ ଅଭିଯୋଗ ଅନୁସାରେ ଶ୍ରେଣୀ ରେ ଠିକ ଭାବେ ଶିକ୍ଷକ ଶିକ୍ଷାଦାନ କରୁ ନ ଥିବା ଏପରିକି ସିଲାବସ ବାହାରୁ ପଢାଉ ଥିବା ଯୋଗୁଁ ପାଠ୍ୟ ବୁଝିପାରୁନ ଥିବା ଅଭିଯୋଗ କରିଛନ୍ତି l

ଏପରିକି ପୂର୍ବରୁ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କୁ ଏ ବିଷୟରେ ଅବଗତ କରିଥିଲେ ବି କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି l ସୂଚନା ଯୋଗ୍ୟ ଜବାହର ନବଦୋୟ ବିଦ୍ୟାଳୟ ରେ ଅବ୍ୟବସ୍ଥା କୁ ନେଇ ଅତୀତ ରେ ଅନେକ ଅଭିଯୋଗ ପ୍ରଶାସନ ନିକଟରେ ପହଁଚି ଥିବା ସୂଚନା ମିଳୁଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS