BREAKING
Loading...
:

ମଣ୍ଡଳ ସଭାପତି ମହାବୀର ମିଶ୍ରଙ୍କ ନେତୃତ୍ୱରେ ଗଣିଆ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ

 ମଣ୍ଡଳ ସଭାପତି ମହାବୀର ମିଶ୍ରଙ୍କ ନେତୃତ୍ୱରେ ଗଣିଆ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ 


ଗଣିଆ (ମଣିଭଦ୍ରା ଖବର)  ନୂଆପଡା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ମାଝି ୪୦,୧୨୧ ଭୋଟ ଏବଂ ବିଜେଡି ପ୍ରାର୍ଥି ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି । ତେବେ ନୂଆପଡାରେ ବିଜେପିର ବିପୁଳ ବିଜୟ ପରେ ଗଣିଆ ମଣ୍ଡଳ ସଭାପତିଙ୍କ ନେତୃତ୍ବରେ ବିଜୟ ଉତ୍ସବ ପାଳନ କରାଯାଇଛି । ଗଣିଆ ବଜାରରେ ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରିଥିବା ଜଣାପଡିଛି । ସଭାପତି ମହାବୀର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ବିଭୁତି ଭୁଷଣ ପଣ୍ଡା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବିଜେପି ନେତା ବାଉରିବନ୍ଧୁ ରାଉତ, ଚନ୍ଦ୍ରଶେଖର ଦାଶ,ଶୁଭ୍ରଜିତ ପଣ୍ଡା, ଭାଗିରଥି ଗଡ଼ନାୟକ,ରଞ୍ଜୁଲତା ପଣ୍ଡା,ସମୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ସୁକାନ୍ତ ପାଣିଗ୍ରାହୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ ଧ୍ବନିରେ କମ୍ପି ଉଠିଥିଲା ବଜାର ପରିସର ।



ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS