ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଧାଣ ଉତ୍ସବ ପାଳିତ।
ବ୍ରହ୍ମପୁର -ସ୍ଥାନୀୟ କାଳୁପାତ୍ର ସାହିସ୍ଥିତ ମହୁରୀ ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଧାଣ ଉତ୍ସବ ଆନନ୍ଦ ଓ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି।ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଏବଂ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ବୋଇତ ବନ୍ଧାଣ ପୂଜାଚର୍ନା କାର୍ଯ୍ୟକ୍ରମ ରେ ଯୋଗଦେଇ ଶୁଭାରମ୍ଭ କରିଥିଲେ।ଏହି ପରିପ୍ରେକ୍ଷୀରେ ବୋଇତ କୁ ନଗରପରିକ୍ରମା କରଯାଇ ହରିଡ଼ାଖଣ୍ଡି ବନ୍ଧ ଠାରେ ଭସାଣି କରାଯାଇଥିଲା। ସାଧବ ପୁଅ ମାନେ ଏହି ଦିନ ଦୂରଦେଶ ମାନଙ୍କୁ ବାଣିଜ୍ୟ କାରବାର କରିବା ପାଇଁ ବାହାରୁଥିଲେ ଏବଂ ସେମାନଂକୁ ବନ୍ଧାପନା କରାଯାଉଥିଲା ଓ ସେମାନେ ବାଣିଜ୍ୟ କାରବାର ସାରି ଫେରିଆସିବା ଏହି ପର୍ବ ର ମୁଖ୍ୟ ଉଦେଶ୍ୟ ବୋଲି ଭଲଭାଇ ନାରାୟଣ ସାହୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଖପାଖ ୧୭ମଣ୍ଡଳ ଗାଁର ଲୋକମାନେ ଅଂଶ ଗ୍ରହଣ କରିଥିବା ନେଇ ଉପସଭାପତି ଅଭିମନ୍ୟୁ ସାହୁ ସୂଚନା ଦେଇଥିଲେ। ବୋଇତ ବନ୍ଧାଣ ଉତ୍ସବ ଆମ ଦେଶ ଓ ଜାତିର ଗୌରବ ରକ୍ଷା କରିବା ସହ ଆମ୍ଭ ମାନଙ୍କୁ ଏହି ପର୍ବ ଏକାଠି ସୂତ୍ର ରେ ବାନ୍ଧି ରଖିଥାଏ ବୋଲି କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସାହୁ କହିଥିଲେ। କୁଳଗଙ୍ଗା ର ଏହି ଉତ୍ସବ ୭ବର୍ଷ ହେଲା ସମସ୍ତଙ୍କ ସହଯୋଗ ଏବଂ ସ୍ନେହଶ୍ରଦ୍ଧାରେ ପାଳିତ ହୋଇଆସୁଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ସମ୍ପାଦକ ନାରାୟଣ ସାହୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗୋପୀନାଥ ସାହୁ,ସୁବାଷ ଚନ୍ଦ୍ର ସାହୁ, ସୁଦାମ ସାହୁ,ଅଶୋକ ସାହୁ, ତୁମ୍ବା ସାହୁ, ବାବୁ ସାହୁ ଓ ଅନା
ମ ସାହୁ ସମେତ ବୈଶ୍ୟ ସମାଜର ବହୁ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق