କାର୍ତ୍ତିକ ପୂର୍ଣ୍ଣମୀରେ ଫୁଲ ରଥରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଲଚ୍ଛମନଜୀଉ
କେନ୍ଦ୍ରାପଡା, - : ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତରେ ଅବସ୍ଥିତ ବାଲିପାଟଣା ଗ୍ରାମର ପ୍ରସିଦ୍ଧ ଧାର୍ମିକ ସ୍ଥଳି ପ୍ରଭୁ ଶ୍ରୀ ଲଚ୍ଛମନଜୀଉଙ୍କ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ରାସ ଉତ୍ସବ ପ୍ରବଳ ଜନ ସମାଗମ ଭିତରେ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ପର୍ଯ୍ୟନ୍ତ ତିନି ଦିନ ଧରି ପ୍ରଭୁ ମନ୍ଦିର ସାମ୍ନାରେ ଫୁଲରଥ ଉପରେ ଦର୍ଶନ ଦେଉଛନ୍ତି ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ । ଠାକୁର ଫୁଲ ରଥରେ ବିଜେ କରିବା ଦିନ ଠାରୁ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠିତ ଅପେରା ପାର୍ଟି ପକ୍ଷରୁ ଯାତ୍ରା ମଞ୍ଚସ୍ଥ କରାଯାଏ । ଏହି ରାସ ଉତ୍ସବକୁ ମନ୍ଦିର କମିଟିର ସଭାପତି ସତ୍ୟ ନାରାୟଣ ବେହେରା, ମନ୍ଦିର ସୁପରଭାଇଜର ଦୟାନିଧି ଦାସ, କିଶୋର ପୋଥାଳ, ମନୋଜ ମହଲା, ସତ୍ୟରଞ୍ଜନ ସାହୁ, ଧ୍ରୁବ ସେଠି, ବାବାଜୀ ଚୁଳି, ଉପେନ୍ଦ୍ର ବିହାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ବହୁ ଜାକଜମକରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଏହି ପ୍ରସିଦ୍ଧ ରାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق